ପାରାଦୀପ ୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଓଡିଶା ତଥା ଜଗତସିଂହପୁର ଜିଲ୍ଲା ସମେତ ବନ୍ଦର ସହର ପାରାଦୀପରେ କରୋନା ବା କୋଭିଡ୍-୧୯ ସଂକ୍ରମଣ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ନାଇଟ୍ କର୍ଫୁ୍ୟ ବ୍ୟତୀତ ଶନିବାର ଓ ରବିବାର ଦୁଇଦିନ ପାଇଁ ସରକାର ସଟଡାଉନ୍ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଠାରୁ ପାରାଦୀପ ସହରରେ ୪୮ ଘଂଚିଆ ସଟଡାଉନ୍ ଆରମ୍ଭ ହୋଇଛି । ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀଙ୍କ ତତ୍ୱାବଧାନ ଓ ଆଦର୍ଶ ଥାନାଧିକାରୀ ରଜନୀ କାନ୍ତ ସାମଲଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ସହରର ବିଭିନ୍ନ ଛକ, ବଜାର ଓ ବନ୍ଦର ପ୍ରବେଶ ପଥ ଅଠରବାଙ୍କୀ ଠାରେ ମୁତୟନ ହୋଇ ଏହି ନିୟମ ପାଳନ ଓ ଗତିବିଧି ଉପରେ କଡା ନଜର ରଖିଥିଲେ । ତେବେ ପୂର୍ବରୁ ସାଧାରଣରେ ପୋଲିସ ଓ ଗଣମାଧ୍ୟମର ସଚ୍ଚେତନତା ଯୋଗୁଁ ବଜାରଘାଟ ବନ୍ଦ ହେବା ସାଙ୍ଗକୁ ରାସ୍ତାଘାଟ ଶୁନ୍ ସାନ ହୋଇ ପଡିଥିଲା । ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ ଜିଲ୍ଲା ସମେତ ପାରାଦୀପରେ ସଟଡାଉନ୍ ର ସମିକ୍ଷା କରିଥିଲେ । ତେବେ ଏହି ବନ୍ଦ ସମୟରେ ପାରାଦୀପ ବନ୍ଦର କାର୍ଯ୍ୟ ସମେତ ସମସ୍ତ ଜରୁରୀକାଳିନ ସେବା ଯଥା ଚିକିତ୍ସାଳୟ, ନର୍ସିଂହୋମ, େଔଷଧ ଦୋକାନ, ଖୀର ଯୋଗାଣ କେନ୍ଦ୍ର ଖୋଲା ରହିଥିଲା । ଓଡ଼ିଶା ସମାଚାର