Saturday , April 1 2023
Breaking News
Home / ବିଶେଷ / ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା, ୨୪/୦୪/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହି ରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ବିଷଧର ଅହିରାଜ ସାପକୁ ଦେଖିଥିଲେ ଓ ସଙ୍ଗେ ସଙ୍ଗେ କୋଟଗଡ଼ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ୍ୟ ଜନ୍ତୁ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଂଚି ସାପକୁ ସୁରକ୍ଷିତ ସହ ଉଦ୍ଧାର କରିବା ପରେ କୋଟଗଡ଼ ନିକଟସ୍ଥ ପିପାଡି ଜଙ୍ଗଲରେ  ସମ୍ପୃକ୍ତ ବନ କର୍ମଚାରୀ  ଛାଡ଼ିଦେଇଥିବା କହିଛନ୍ତି  । ଓଡିଶା ସମାଚାର

Leave a Reply

Your email address will not be published.