ଭୁବନ,୨୪/୦୪/୨୦୨୧(ଓଡ଼ିଶା ସମାଚାର)- ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ବଡପୁଅ ତଥା ଅତ୍ୟାଧୁନିକ ମୁଦ୍ରଣପ୍ରେସ ଓରିପ୍ରିନ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଧେଶକ ପ୍ରତ୍ୟୁଷ ବଳ ଙ୍କର ଗତକାଲି ପରଲୋକ ହୋଇଯାଇଛି । ଭୁବନର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କ ତରଫରୁ ସ୍ଥାନୀୟ କାଳୀବଜାରସ୍ଥିତ ଶିବାନୀ ଟାୱାର ଗୋପବନ୍ଧୁ ଭବନ ଠାରେ ଆଜି ସଂଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାହୁ,ସୁଶାନ୍ତ କୁମାର ପୋଥାଳ,ସରୋଜ କୁମାର ପୃଷ୍ଟି,ଦେବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର