Saturday , April 1 2023
Breaking News
Home / ତାଜା ଖବର / ଟ୍ରାକ୍ଟର ମୋଟରସାଇକେଲ ମୁହାଁମୁହିଁ ଧକ୍କା: ତିନି ମୃତ

ଟ୍ରାକ୍ଟର ମୋଟରସାଇକେଲ ମୁହାଁମୁହିଁ ଧକ୍କା: ତିନି ମୃତ

ବାଲିଗୁଡ଼ା, ୨୪/୦୪/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍ ବାଇକ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବରପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଦୁଇଜଣ  ବାଲିଗୁଡ଼ା ଥାନା ଦିଗାପଦର ଗ୍ରାମର ରାଧାକୃଷ୍ଣ ପୂଜାରୀ ଓ ଦଶରଥ ବିଶିମାଝୀ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଫୁଲବାଣୀ ଯାଇ ଚିକିତ୍ସିତ ଅବସ୍ଥାରେ ସାଗର ଦିଗାଲଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶୁକ୍ରବାର  ରାତିରେ ସିନ୍ଦ୍ରିଗାଁ ପଟୁ ବାଲିଗୁଡ଼ା ଆଡ଼କୁ ଓଆର-୧୨- ୭୧୮୨  ନମ୍ବର ଯୁକ୍ତ ଏକ ଟ୍ରାକ୍ଟର ଆସୁଥିବା ବେଳେ ବାଲିଗୁଡ଼ା ପଟୁ ତିନିଜଣ ଯୁବକ  ଏକ ପଲସର୍ ମୋଟରସାଇକେଲ ଓଡି- ୧୨ଏ-୩୬୯ ୨ ରେ ନିଜ ଗାଁ କୁ ଯାଉଥିବା ସମୟରେ କଟପଡ଼ି ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡିଶା ସମାଚାର

Leave a Reply

Your email address will not be published.