ପାଟକୁରା, ୨୪/୦୪/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ନୂଆପଡ଼ା – ଗରଦପୁର ରାସ୍ତାର ବଇଁଶିପାଳ ଜୋର ନିକଟରେ ଜେସିବି ଦୂର୍ଘଟଣା ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାମ ଜ୍ୟୋତି ରଂଜନ ସାହୁ (୨୫) ତାଙ୍କ ଘର ବେଡ଼ାରୀ ପଂଚାୟତର କୂଳତୁଠି ଗ୍ରାମରେ । ପୋଲିସ ସୂତ୍ରରୁ ପ୍ରକାଶ ଯେ କୂଳତୁଠି ଗ୍ରାମର ରାଖାଲ ସାହୁ ଓରଫ ହରିବୋଲ ବାବା ନୂଆପଡ଼ା – ଗରଦପୁର ରାସ୍ତାର ବଇଁଶିପାଳ ଛକ ନିକଟସ୍ଥ ଜମିରେ ଗତ ୫ ବର୍ଷ ଧରି ଏକ ମଠ ସ୍ଥାପନ କରିଥିଲେ । ଏହି ମଠ ହରିବୋଲ ମଠ ନାମରେ ପରିଚିତ । ହରିବୋଲ ବାବା ଙ୍କ ପୁଅ ଜ୍ୟୋତିରଂଜନ ମଠ ପରିସରରେ ଏକ ପୋଖରୀ ଖୋଳାଉଥିଲେ । ଜେସିବି ମାଟି ଖୋଳୁଥିବାବେଳେ ସନ୍ଧ୍ୟା ସମୟରେ ମାଟି ଅତଡ଼ା ଧସିବାରୁ ଜ୍ୟୋତିରଂଜନ ଜେସିବି ସମ୍ମୁଖ ଖାଲକୁ ଗଳିପଡ଼ିଥିଲେ । ଏହି ସମୟରେ ଜେସିବି ମେସିନ ର ବକେଟ୍ ଦାନ୍ତି ଜ୍ୟୋତିରଂଜନ ଙ୍କ ପେଟରେ ଗଳିଯାଇଥିଲା । ଫଳରେ ତାର ଅନ୍ତବୁଜୁଳା ବାହାରି ପଡ଼ିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାଟକୁରା ମେଡ଼ିକାଲ କୁ ନିଆଯାଇଥିଲା ଓ ସେଙ୍ଗ ସେଙ୍ଗ କଟକ ସ୍ଥାନାନ୍ତରିତ କରାଯାଉଥିବାବେଳେ ରାସ୍ତାରେ ମଅତ୍ୟୁ ହୋଇଯାଇଥିଲା । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠଯୋଇଛି । ଓଡ଼ିଶା ସମାଚାର