Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / ୬୨୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ – ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

୬୨୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ – ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩/୦୪/୨୦୨୧(ଓଡ଼ିଶା ସମାଚାର)-ଆଜି ବି ଦୈନିକ ସଂଙ୍କ୍ରମଣ ୬ ହଜାର ଉପରେ । ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୨୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଆଉ ୮ ଜଣ କରୋନା ସଂଙ୍କ୍ରମିତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୬୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୦୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୬୧୧ଜଣ ସ୍ଥାନୀୟ ବାସିନ୍ଦା ।
ଅନୁଗୋଳରୁ ୧୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୯, ବରଗଡରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗୀରରୁ ୨୧୧, ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡରୁ ୩୩, ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡାରୁ ୨୬୧, କଳାହାଣ୍ଡିରୁ ୬୮୨, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୧, କେନ୍ଦୁଝରରୁ ୧୫୭, ଖୋର୍ଧାରୁ ୯୫୦, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡରୁ ୮୨, ନୂଆପଡାରୁ ୪୪୬, ପୁରୀରୁ ୩୦୬, ରାୟଗଡାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫ ଓ ସୁନ୍ଦରଗଡରୁ ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୪୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୩୫୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୩୯୧୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୭୯୩୪୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ଏବଂ ବଲାଙ୍ଗୀର,ବାଲେଶ୍ବର, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁ ଘଟିଛି। ଏହାଛଡ଼ା ୫୩ ଜଣ କରୋନା ସଂଙ୍କ୍ରମିତ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.