Saturday , March 25 2023
Breaking News
Home / ବିଶେଷ / ସୁକପାଇକା ନଦୀ ର ସୁରକ୍ଷା ପାଇଁ ନଦୀ ତଟବର୍ତ୍ତି ଅଞ୍ଚଳ ବାସୀଙ୍କ ଚୁଲିବନ୍ଦ ଆନ୍ଦୋଳନ

ସୁକପାଇକା ନଦୀ ର ସୁରକ୍ଷା ପାଇଁ ନଦୀ ତଟବର୍ତ୍ତି ଅଞ୍ଚଳ ବାସୀଙ୍କ ଚୁଲିବନ୍ଦ ଆନ୍ଦୋଳନ

କଟକ ସଦର /ନିଶ୍ଚିନ୍ତକୋଇଲି :୨୩/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ସୁକପାଇକା ନଦୀ ଶୁଖିଯିବା ହେତୁ କଟକ ସଦର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ପାଖାପାଖି ୪୨୫ଗାଁ ୨୬ ପଞ୍ଚାୟତ ରଜନସାଧାରଣ ଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ରୁ ସୁକପାଇକା ବଞ୍ଚାଅ ଅଭିଯାନ ଡ଼ାକରାରେ ଏହି ନଦୀ ଅବବାହିକା ଅଞ୍ଚଳର ଲୋକମାନେ ଗୁରୁବାର ଚୁଲା ବନ୍ଦ ଆନ୍ଦୋଳନ କରିଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଏହି ନଦୀର ପାଖାପାଖି ୨୭ କିଲୋମିଟର ଅବବାହିକା ପ୍ରଭାବିତ ହେଉଥିବାରୁ ଏହାର ପୁନଃ ଉଦ୍ଧାର ପାଇଁ ସେମାନେ ସରକାରଙ୍କ ପାଖରେ ବିଭିନ୍ନ ସମୟରେ ଦାବି କରିଥିଲେହେଁ ସରକାର ନ ଶୁଣିବାରୁ ସେମାନେ ବାଧ୍ୟ ହୋଇ ଗୋଟିଏ ଦିନ ୧୨ଘଂଟା ପାଇଁ ଉପବାସ ରହି ଚୁଲା ବନ୍ଦ ଆନ୍ଦୋଳନ କରିଛନ୍ତି। ସରକାର ଏହି ନଦୀର ପୁନଃ ଉଦ୍ଧାର ନକଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.