Sunday , April 2 2023
Breaking News
Home / ବିଶେଷ / ମାଙ୍କଡାପଥର ବୋଝେଇ ଟ୍ରକ ଜବତ

ମାଙ୍କଡାପଥର ବୋଝେଇ ଟ୍ରକ ଜବତ

ଭୁବନ,୨୩/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଅଂଚଳରେ ପ୍ରବଳ ମାତ୍ରାରେ ବେଆଇନ ମାଙ୍କଡାପଥର ଚାଲାଣ ହେଉଥିବା ସଂପର୍କରେ ସୂଚନା ପାଇ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ମୁରଲୀଧର ନାୟକ ଆଜି ସକାଳ ସାଢେ ୮ ଘଟିକା ସମୟରେ ପେଟ୍ରୋଲିଂରେ ଯାଇ ମାର୍ଥାପୁର ଛକରୁ ଓଆର ୦୯ ଜି-୮୧୦୬ ନମ୍ବର ବିଶିଷ୍ଟ ୬ ଚକିଆ ଟ୍ରକ କୁ ଜବତ କରି ଭୁବନ ଥାନାକୁ ହସ୍ତାନ୍ତର କରିଥିଲେ । ଟ୍ରକ ଡ୍ରାଇଭର ଉମାକାନ୍ତ ସେଠୀ କୁ ଭୁବନ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ଏ ସଂପର୍କରେ କେଶ ନଂ- ୧୫୧/୨୧ ରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଏସଆଇ ବିକାଶ ବେହେରା ତଦନ୍ତ ଚଳାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.