Monday , March 27 2023
Breaking News
Home / ବିଶେଷ / ମହିଳା ମାନେ ସାବଧାନ – ଅସାମାଜିକ ତତ୍ୱ କରୁଛି ହଇରାଣ – ପୋଲିସ ର ଦୃଷ୍ଟି ପଡ଼ୁ

ମହିଳା ମାନେ ସାବଧାନ – ଅସାମାଜିକ ତତ୍ୱ କରୁଛି ହଇରାଣ – ପୋଲିସ ର ଦୃଷ୍ଟି ପଡ଼ୁ

ପାଟକୁରା/ ତାରପୁର/ କ୍ରିଷ୍ଣାନନ୍ଦପୁର, ୨୩/୦୪/୨୦୨୧(ଓଡ଼ିଶା ସମାଚାର)-ମୋବାଇଲ ଫୋନ୍ ଆଜିକାଲି ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ , ପାଠ ପଢ଼ୁଆ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି କର୍ମଜିବୀ ମହିଳା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ କୁ  ଯୋଗାଯୋଗ ପାଇଁ ବ୍ୟବହାର କରୁଛନ୍ତି । ଏହାର ସୁଯୋଗ ନେଇ କିଛି ଉଦଭ୍ରାନ୍ତ ଯୁବକ ସୁଯୋଗ ଉଣ୍ଡି କୌଣସି ସୂତ୍ରରୁ ବାଳିକା / ମହିଳା ମାନଙ୍କ ମୋବାଇଲ ଫୋନ୍ ନମ୍ବର ସଂଗ୍ରହ କରି ସମୟ  / ଅସମୟ ରେ ଫୋନ୍ କରି ଅଯଥା ହଇରାଣ କରୁଛନ୍ତି , ଅଶ୍ଳୀଳ କଥା କହୁଛନ୍ତି , ପ୍ରେମ ନିବେଦନ କରୁଛନ୍ତି । ଏଭଳି ଏକାଧିକ ଅଭିଯୋଗ ସଦ୍ୟ ହସ୍ତଗତ ହୋଇଛି । ବହୁ ବାଳିକା ଓ ବହୁ ମହିଳା ଏଭଳି ଏକ ମୋବାଇଲ ନମ୍ବର ସମ୍ପର୍କରେ ଅଭିଯୋଗ କରିଛନ୍ତି । ଏହି ମୋବାଇଲ ନମ୍ବର ଟି ହେଉଛି ୭୮୫୩୦୭୮୨୪୫  ଏହି ମୋବାଇଲ ଫୋନ୍ ରୁ ମହିଳା ମାନଙ୍କୁ ଅଶ୍ଳୀଳ କଥା , ପ୍ରେମ ନିବେଦନ ଆଦି ଆସୁଛି । ସମୟ ଅସମୟରେ ଅଯଥାରେ ଫୋନ୍ କରି ହଇରାଣ କରାଯାଉଛି । ଏହି ନମ୍ବର ପ୍ରତି ବାଳିକା, ମହିଳା ମାନେ ସତର୍କ ରହିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ଉପରୋକ୍ତ ଏହି ଅଭିଯୋଗ କରିଛନ୍ତି । ଏହି ମୋବାଇଲ ନମ୍ବର ଟି ହେଉଛି ୭୮୫୩୦୭୮୨୪୫  ଏହି ମୋବାଇଲ ଫୋନ କୁ ଟ୍ରାକିଙ୍ଗ କରି ସମ୍ପୃକ୍ତ ଅସାମାଜିକ ତତ୍ୱକୁ ପକଡ଼ିବା ପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.