Wednesday , March 29 2023
Home / ବିଶେଷ / ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ,୩ ହଜାର ୫୦୦ ଟଙ୍କା ଫାଇନ ଆଦାୟ

ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ,୩ ହଜାର ୫୦୦ ଟଙ୍କା ଫାଇନ ଆଦାୟ

ଭୁବନ,୨୩/୦୪/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ପୁନର୍ବାର ମହାମାରୀ କରୋନା ଧିରେଧିରେ କାୟା ବିସ୍ତାର କରି ଆଗକୁ ବଢୁଥିବାରୁ ସରକାର ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ଗୁରୁବାର ସଂଧ୍ୟାରେ ୫୩ ନମ୍ବର ଜାତୀୟ ରାଜପଥର ନୂଆବଜାର ଓ କାଳୀବଜାର ଠାରେ ମାସ୍କ ଚେକିଙ୍ଗ କରାଯାଇଥିଲା । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ଏସଆଇ ସୁକାନ୍ତି କେରକଟା ,ଏଏସଆଇ ପ୍ରଭାତ କୁମାର ରାଉତ,ଦୀନବନ୍ଧୁ ପ୍ରଧାନ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ୩ ହଜାର ୫୦୦ ଟଙ୍କା ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.