ଗରଦପୁର, ୨୩/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ସ୍ଥିତ ପଶ୍ଚିମେଶ୍ୱର ମହାଦେବ ପ୍ରାଙ୍ଗଣରେ ଧରିତ୍ରୀ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟଶକ୍ତି ଟ୍ରଷ୍ଟ ଓ ତ୍ରିଶକ୍ତି ଭଜନ ସନ୍ଧ୍ୟା ର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ ଇଂଜିନିୟର ଫକୀର ମୋହନ ସେନାପତି , ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ ଯୋଗଦେଇ ଧରିତ୍ରୀ ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚାରୁଚନ୍ଦ୍ର ସେନାପତି, ଦେବ କୁମାର ପାଣି, ଅରୁଣ କୁମାର ପଣ୍ଡା,ପରିକ୍ଷିତ ଦାସ, ଶିଶିର ପରିଡ଼ା ଙ୍କ ସମେତ ହରେକୃଷ୍ଣ ସାହୁ, ଭଗବାନ ନାୟକ,ଭାଗ୍ୟଧର ଦାସ, ଗୌରାଙ୍ଗ ଚଇନି, ଶରତ ନାୟକ,ବସନ୍ତ ଦାସ, ପୂଜକ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର