କେନ୍ଦ୍ରାପଡ଼ା, ୨୩/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ସମ ହସପିଟାଲ ଦ୍ୱାରା ପରିଚାଳିତ ଛତା କୋଭିଡ ହସପିଟାଲ ଆଜି ଠାରୁ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହିତ ଶୁକ୍ରବାର ଠାରୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଏକ ଜିଲ୍ଲା ସ୍ତରୀୟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ୫୦ଟି ଅମ୍ଳଜାନ ସିଲିଣ୍ଡର ଏଥିନିମନ୍ତେ ଗଛିତ କରି ରଖାଯାଇଥିବା ସେ କହିଛନ୍ତି । ଜିଲ୍ଲାର ସମସ୍ତ ନାଗରିକମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ଏହି ଅବସରରେ ଜିଲ୍ଲାପାଳ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର