Thursday , March 23 2023
Home / ରାଜନୀତି / ଓଡ଼ିଶାକୁ ଏକ ମହାମାରୀମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡ଼ି, ବିଜେପି ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଆହ୍ୱାନ

ଓଡ଼ିଶାକୁ ଏକ ମହାମାରୀମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡ଼ି, ବିଜେପି ସରକାରଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଆହ୍ୱାନ

ଭୁବନେଶ୍ୱର, ୨୩/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାକୁ ଏକ ମହାମାରୀମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶାର ବିଜୁ ଜନତା ଦଳ ଓ କେନ୍ଦ୍ରର ବିଜେପି ସରକାର ଯୋଜନା ଆରମ୍ଭ କରିବା ଆବଶ୍ୟକ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ବିଜେଡ଼ି ଓ ବିଜେପି ସରକାରଙ୍କୁ ଆହ୍ୱାନ ଦେଇଛି । ମହାମାରୀ କରୋନା ସମୟରେ ରାଜ୍ୟର ସ୍ୱାର୍ଥ ପ୍ରତି ତଥା ସାଧାରଣଙ୍କ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ବିଜେପି ଓ ବିଜେଡ଼ି ସରକାର ଯେପରି ହୀନ ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଯଦି ବିଜେଡ଼ି ଓ ବିଜେପି ସରକାର ଓଡ଼ଶାକୁ ମହାମାରୀମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଯୋଜନା ପ୍ରଣୟନ ନ କରନ୍ତି ତେବେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ବିଜେଡ଼ି ଓ ବିଜେପି ସରକାରଙ୍କ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଚେତାଇ ଦେଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.