କେନ୍ଦ୍ରାପଡ଼ା, ୨୨/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରୁ ସାନ୍ତସାହି ରାସ୍ତାରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦୁର୍ଯେ୍ୟାଧନ ସାହୁ ବଳଗଣ୍ଡି ନିକଟରେ ସ୍କୁଟି ଚଳାଇ ଯାଉଥିବା ସମୟରେ ମୋବାଇଲ ଫୋନରେ କଥା ହେଉଥିବା ସେହି ରାସ୍ତାରେ ଯାଉଥିବା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଦେଖିବାକୁ ପାଇଥିଲେ । ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଶ୍ରୀ ସାହଙ୍କୁ ଆଇନ ଉଲ୍ଲଙ୍ଘନ ନିମନ୍ତେ ୫ହଜାର ଟଙ୍କା ଜୋରିମାନା କରାଯାଇଥିଲା । କିନ୍ତୁ ଜୋରିମାନା ନଦେବାରୁ ସେ ଚଳାଉଥିବା ସ୍କୁଟିକୁ ଟାଉନ ଥାନାକୁ ପୋଲିସ ନେଇଯାଇଥିଲା । ଏହାପରେ ଶ୍ରୀ ସାହୁ ଥାନାକୁ ଯାଇ ସେଠାରେ କିଛି ଘଂଟା ବସିବା ପରେ ଘରକୁ ଫେରି ଆସିଥିବା ବେଳେ ଜୋରିମାନା ଦେଇନଥିବାରୁ ସ୍କୁଟିଟି ଥାନାରେ ରଖାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …