ଭୁବନ ୨୨/୦୪/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡର ଆଂଶିକ ଓ ସଂପୂର୍ଣ୍ଣ ୩ ନମ୍ବର ୱାର୍ଡ ଶିଶୁ ମନ୍ଦିର (ପୋଷ୍ଟ ଅଫିସ) ଛକ ଠାରୁ ନୂଆଭୁବନ ମୁଖ୍ୟ ରାସ୍ତା ଦେଇ ସାହାଣଦେଈ ଙ୍କ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଅଂଚଳକୁ ଶ୍ରୀରାମ ନଗର ଭାବେ ଲୋକାର୍ପଣ କରାଯାଇଥିଲା । ଶ୍ରୀରାମନଗର ପରିଚାଳନା ପରିଷଦ ତରଫରୁ ଅନୁଷ୍ଠିତ ପୂଜାରେ ହୃଷିକେଶ ସାହୁ କର୍ତା ସାଜିଥିବା ବେଳେ ସଭାପତି ରୋହିତ କୁମାର ବେହେରା,ଉପସଭାପତି ବିଜୟ କୁମାର ପୋଥାଳ,ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର,ଯୁଗ୍ମ ସମ୍ପାଦକ ନିରଂଜନ ସାହୁ ,କୋଷାଧ୍ୟକ୍ଷ ମନମୋହନ ସାହୁ ଙ୍କ ସମେତ ଧିରେନ କୁମାର ବେହେରା,ସୂର୍ଯ୍ୟକାନ୍ତ ପୃଷ୍ଟି,ଦୁଷ୍ମନ୍ତ କୁମାର ଦାସ,ରଘୁନାଥ ମିଶ୍ର,ଅଲେଖ ଚନ୍ଦ୍ର ପାତ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଶତାଧିକ ଶ୍ରଦ୍ଧାଳୁ ଭକ୍ତ ପୂଜାରେ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ । ଓଡ଼ିଶା ସମାଚାର