Saturday , April 1 2023
Breaking News
Home / ବିଶେଷ / ମହିଳା ସଶକ୍ତିକରଣରେ ଓଡ଼ିଶା ଅଗ୍ରଣୀ

ମହିଳା ସଶକ୍ତିକରଣରେ ଓଡ଼ିଶା ଅଗ୍ରଣୀ

ସରକାରଙ୍କ ବିଭିନ୍ନ ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ୧୦ ହଜାର ରୁ ଉର୍ଦ୍ଧ ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିୟୋଜିତ
ଭୁବନେଶ୍ୱର, ୨୨/୦୪/୨୦୨୧(ଓଡ଼ିଶା ସମାଚାର)- ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଏବଂ ସେମାନଙ୍କର ଜୀବନ ଓ ଜୀବିକା ପ୍ରୋତ୍ସାହନ ଉଦେଶ୍ୟରେ ୧୦ ହଜାର ରୁ ଉର୍ଦ୍ଧ ମିଶନଶକ୍ତି ମହିଳାସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ବିଭିନ୍ନ ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ନିଯୋଜିତ କରାଯାଇଅଛି । ଆହାର ଯୋଜନା, ଜଳସାଥୀ ଯୋଜନା,ସହରୀ ମଜୁରି ଭିତ୍ତିକ ରୋଜଗାର ଯୋଜନା, ବାସହୀନ ଆଶ୍ରୟସ୍ଥଳୀ ପରିଚାଳନା, ରାଜସ୍ୱ କର ଆଦାୟ, ସ୍ବଚ୍ଛ ଭାରତ ମିଶନ ଇତ୍ୟାଦି ରେ ସାମିଲ କରାଯାଇଅଛି ।
ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା) ମାଧ୍ୟମ ରେ ଓଡିଶାର ସମସ୍ତ ୧୧୪ ଗୋଟି ପୌରାଞ୍ଚଳର ୱାର୍ଡ / ବସ୍ତି ଅଞ୍ଚଳରେ ରହୁଥିବା ଗରିବ ମହିଳା ମାନଙ୍କୁ ସଂଘଟିତ କରି ୩୨,୦୦୦ରୁ ଉର୍ଦ୍ଧ୍ଵ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ୧୨୦୦ ଆଞ୍ଚଳିକ ସ୍ତରୀୟ ସଂଗଠନ ତିଆରି କରାଯାଇଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ,ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନ ଜୀବିକା ନିମନ୍ତେ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ ଆତ୍ମନିଯୁକ୍ତି ସହାୟତା କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୫୭ କୋଟି ୮୫ ଲକ୍ଷ୍ୟ ଟଙ୍କା ର ସୁଲଭ ଋଣ ପ୍ରଦାନ କରାଯାଇଛି। ଏତତ୍ ସହିତ, ନିୟମିତ ଋଣ ପରିଶୋଧ କରୁଥିବା ଗୋଷ୍ଠୀ ମାନଙ୍କୁ ସୁଧ ହାରରେ ମଧ୍ୟ ରିହାତି ପ୍ରଦାନ କରାଯାଉଅଛି।ଅଦ୍ୟାବଧି ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବମୋଟ ୨ କୋଟି ୬୭ ଲକ୍ଷ୍ୟଟଙ୍କାର ସୁଧ ରିହାତି ଦିଆଯାଇଅଛି । ଏହି ଋଣ ମାଧ୍ୟମରେ ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ଯଥା: ସିଲେଇ (ଟେଲରିଂ), ଉପହାର କେନ୍ଦ୍ର, ଲୁଗାପଟା ବିକ୍ରୟ ଦୋକାନ, ପନିପରିବା ବିକ୍ରୟ ଦୋକାନ, ଜଳଖିଆ ଦୋକାନ,ସ୍କୁଲ ବ୍ୟାଗ୍ ଓ ଅନ୍ୟାନ୍ୟବ୍ୟାଗ୍ ତିଆରି, ଫିନାଇଲତିଆରି, ଖଲିପତ୍ର ତିଆରି ଓ କୁକୁଡ଼ା ପାଳନକରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଆଶାକରାଯାଉଛିଯେ , ଏହି ଆତ୍ମନିର୍ଭର ଶୀଳ ହେବାର ପ୍ରକ୍ରିୟା , ଆଗାମୀ ଦିନରେ ଆହୁରି ତ୍ଵରାନ୍ନିତ ହେବା ସଙ୍ଗେ ସଙ୍ଗେ ଅନେକ ସହରୀ ଗରିବ ତଥା ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକହେବ।ଓଡ଼ିଶା ସମାଚାର

Leave a Reply

Your email address will not be published.