ଭୁବନ ୨୨/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ରେ ଥିବା ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ସରକାରଙ୍କ କୋଭିଡ କଟକଣା ଯୋଗୁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାନଯାଇ ମନ୍ଦିର ଦୁଆରେ ପ୍ରତୀକାତ୍ମକ ମୂର୍ତୀ ରଖି ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାତଃ ସମୟରୁ ମାନସିକ ବ୍ରତଧାରୀ ମାନେ ବେଶ ଶୃଙ୍ଖଳିତ ଭାବେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ପୂଜା କରିଥିଲେ । ଓଡ଼ିଶା ସମାଚାର