Saturday , April 1 2023
Breaking News
Home / ବିଶେଷ / ବଳଦେବ ହାଇସ୍କୁଲର ପୁରାତନ ଛାତ୍ର ପ୍ରିୟଶ୍ଳୋକଙ୍କ ବିୟୋଗରେ ଶୋକସଭା

ବଳଦେବ ହାଇସ୍କୁଲର ପୁରାତନ ଛାତ୍ର ପ୍ରିୟଶ୍ଳୋକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୨/୦୪/୨୦୨୧(ଓଡ଼ିଶା ସମାଚାର)- ବଳଦେବ ହାଇସ୍କୁଲର ୧୯୯୩ମସିହା ମାଟ୍ରିକ ବ୍ୟାଚର ପୁରାତନ ମେଧାବୀ ଛାତ୍ର ଇଂ ପ୍ରିୟ ଶ୍ଳୋକ ଆର୍ଯ୍ୟଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା  ନାୟକଙ୍କ ଅଧ୍ୟତାରେ ବିଦ୍ୟାଳୟରେ ଅନୁଷ୍ଠିତ ଶୋକସଭାରେ ପରିଚାଳନା ସମିତି ସଭାପତି ଗୁରୁ ଚରଣ ପ୍ରଧାନ, ବରିଷ୍ଠ ଶିକ୍ଷକ ନିର୍ମଳ କୁମାର ପ୍ରଧାନ, ପଣ୍ଡିତ ହରେକୃଷ୍ଣ ପତି, ରାଷ୍ଟ୍ରଭାଷା ଶିକ୍ଷକ ତପନ କୁମାର ଦାଶ, ହୃଷିକେଶ ସ୍ୱାଇଁ, କ୍ଷୀରୋଦ କୁମାର ପରିଡା, ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ର ସ୍ୱର୍ଗତ ଆର୍ଯ୍ୟଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ସେ ଜଣେ ମେଧାବୀ, ମେଳାପି, ବନ୍ଧୁବସôଳ ଓ ପରୋପକାରୀ ଛାତ୍ର ଥିଲେ । ବିଦ୍ୟାଳୟ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି ଓ ଆଦର ଥିଲା । ତାଙ୍କର ଅକାଳ ବିୟୋଗରେ ସମସ୍ତ ଶିକ୍ଷକ,ଶିକ୍ଷିକା,ପୁରାତନ ତଥା ନୂତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଥମେ ସ୍ୱର୍ଗତ ଆର୍ଯ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.