କେନ୍ଦ୍ରାପଡ଼ା, ୨୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ଥିବା ପୋଲିସ ସବଇନସପେକ୍ଟରଙ୍କ ବଦଳି କରିଛନ୍ତି ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର । ଆଳି ଥାନାର ଏସଆଇ ଏସ.ଆର. ପାଣିଗ୍ରାହୀଙ୍କୁ ସଦର ଥାନାର ଚାନ୍ଦୋଳ ଫାଣ୍ଡିକୁ ବଦଳି କରାଯାଇଥିବା ବେଳେ ଚାନ୍ଦୋଳ ଫାଣ୍ଡିରେ ଥିବା ଏସ.ଆଇ. ଶରତ ଚନ୍ଦ୍ର ଦାସଙ୍କୁ ନିକିରେଇ ଥାନାକୁ ବଦଳି କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଏସ.ଆଇ. ବିଲ୍ୱମଙ୍ଗଳ ସେଠୀଙ୍କୁ ଚଉଦକୁଲାଟ ଫାଣ୍ଡିକୁ ବଦଳି କରାଯାଇଥିବା ବେଳେ ସେହି ଥାନାର ଏସ.ଆଇ. ବିଶ୍ୱଜୀତ ଭୋଇଙ୍କୁ ପାଟକୁରା ଥାନାକୁ ବଦଳି କରାଯାଇଛି । ଟାଉନ ଥାନାର ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ବଦଳି କରାଯାଇଥିବା ବେଳେ ଚଉଦକୁଲାଟ ଫାଣ୍ଡିର ଏସ.ଆଇ. ବିଜୟ କୁମାର ଖଟୁଆଙ୍କୁ ମାର୍ଶାଘାଇ ଥାନାକୁ ବଦଳି କରାଯାଇଛି । ସେହିପରି ପୋଲିସ ମୁଖ୍ୟାଳୟରେ ଥିବା ଏସ.ଆଇ. ରମାକାନ୍ତ ବେହେରାଙ୍କୁ ରାଜକନିକା ଥାନାକୁ ବଦଳି କରାଯାଇଥିବା ବେଳେ ଡେରାବିଶି ଥାନାରେ ଥିବା ଏସ.ଆଇ. ଶ୍ରୀଧର ମାହାଳିକଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ବଦଳି କରାଯାଇଛି । ଓଡ଼ିଶା ସମାଚାର