Saturday , April 1 2023
Breaking News
Home / ବିଶେଷ / କୋଭିଡ଼ କଟକଣା ; ପାଟକୁରା ସ୍ତାପ୍ତାହିକ ହାଟ ସ୍ଥାନାନ୍ତର

କୋଭିଡ଼ କଟକଣା ; ପାଟକୁରା ସ୍ତାପ୍ତାହିକ ହାଟ ସ୍ଥାନାନ୍ତର

ପାଟକୁରା, ୨୨/୦୪/୨୦୨୧(ଓଡ଼ିଶା ସମାଚାର)- କୋଭିଡ଼ ଗାଇଡ଼ ଲାଇନ୍ କୁ ପ୍ରଶାସନ କଡ଼ା କଡ଼ିଭାବେ ପାଳନ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସମ ଦୂରତା ରକ୍ଷା କରିବା , ସାବୁନ ରେ ହାତ ଧୋଇବାକୁ ସଚେତନତା ବାର୍ତା ଭାବେ ପ୍ରଚାର କରାଯାଉଛି । ବ୍ଲକ୍, ତହସିଲ , ମେଡ଼ିକାଲ ଏବଂ ଅନ୍ୟ ସରକାରୀ ଅନୁଷ୍ଠାନ ମାନଙ୍କରେ କୋଭିଡ଼ ଗାଇଡ଼ ଲାଇନ୍ ପାଳନ କରାଯିବା ସହିତ ବଡ଼ ବଡ଼ ବ୍ୟାନର ଲଗାଯାଇଛି । ଜନ ଗହଳି ନକରିବା ପାଇଁ ପ୍ରଶାସନ ତରଫରୁ ପାଟକୁରା, ଗରଦପୁର, କୋରୁଆ , ତେଣ୍ଡାକୁଡ଼ା, ନୂଆପଡ଼ା ବଜାରରେ ଜନସାଧାରଣଙ୍କୁ ତାଗିଦ କରାଯାଉଛି । ବ୍ୟବସାୟ ପ୍ରତିଷ୍ଠାନମାନେ ନିଜ ନିଜ ଦୋକାନ ସମ୍ମୁଖରେ ଘେରାବନ୍ଦି କରିଛନ୍ତି । ପାଟକୁରା ସାପ୍ତାହିକ ହାଟ ପାଟକୁରା ଥାନା ସମ୍ମୁଖରୁ ଶ୍ରୀ କହ୍ନେଇଲାଲ ଜୀଉ ଙ୍କନ୍ନ୍ିର ପ୍ରାଙ୍ଗଣକୁ ସ୍ଥାନାନ୍ତର କରାଯାଇଛି । ଏଥି ସହିତ ପାଟକୁରା ଠାରେ ଥିବା ପାଟକୁରା ଉଚ ବିଦ୍ୟାଳୟ ପରିସରରେ ପୂର୍ବରୁ ଥିବା ଟିଏମସି ସେଂଟରକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । କରୋନାର ଦ୍ୱିତୀୟ ଲହର ଉଦବେଗଜନକଭାବେ ବୃଦ୍ଧି ପାଉଥିବାରୁ ସେଥିପାଇଁ ସମସ୍ତେ ସତର୍କ ଓ ସଚେତନ ରହିବାକୁ ପାଟକୁରା ମେଡ଼ିକାଲ ଚିକିତ୍ସାଧିକାରୀ ଡ଼ାକ୍ତର ହିମାାଂଶୁ ଭୁଷଣ ସଢ଼ଙ୍ଗୀ , ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ , ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଓ ତହସିଲଦାର ଧରଣୀଧର ବେହେରା ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.