କଟକ, ୨୨/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲା ବୟାଳିଶମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ମିଳିତ ଅନୁକୂଲ୍ୟରେ ପ୍ରତିଷ୍ଠାନର ପଟଣା କାର୍ୟ୍ୟାଳୟରେ ନିରାଡ଼ମ୍ବର ଭାବେ ପ୍ରବୀଣ ଜନନାୟକ,ସାହିତ୍ୟିକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ତମ ଶ୍ରାଦ୍ଧବର୍ଷିକୀ ପାଳିତ ହୋଇ ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସାହିତ୍ୟ ସଭା,ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ କଳା,ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଦରପୁର ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଶିକ୍ଷାଦାନ,ସମାଜସେବା କ୍ଷେତ୍ରରେ ପ୍ରାଧ୍ୟାପକ ଡ଼ଃ. କାଲିମୁଲ୍ଲା, ସମାଜେସେବା, ସାମ୍ବାଦିକତା କ୍ଷେତ୍ରରେ ଉତ୍କଳ ବିକାଶ ପରିଷଦର ଉପଦେଷ୍ଟା ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା,ସମାଜସେବା, ସମାଜ ସଂସ୍କାର କ୍ଷେତ୍ରରେ କଟକ ସଦର ବ୍ଲକ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ,ହରିବନ୍ଧୁ ଆଚାର୍ୟ୍ୟ,ସରୋଜ ନଳିନୀ ପରିଜା,ବିନୋଦ ବେହେରା, ରମେଶ ମଲ୍ଲିକ, ପ୍ରଭାତ ଖଟୁଆ,ସରୋଜ ଲେଙ୍କା, ଅଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …