Saturday , April 1 2023
Breaking News
Home / ବିଶେଷ / ବେଦପ୍ରକାଶ ଅଗ୍ରୱାଲାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ 

ବେଦପ୍ରକାଶ ଅଗ୍ରୱାଲାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ 

ପାଟକୁରା ର ବିକାଶ ପୁରୁଷ ଥିଲେ ବେଦୁ ବାବୁ

ଗରଦପୁର, ୨୧/୦୪/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । କଳାବୁଦା ପଂଚାୟତସ୍ଥିତ ଶନି ମନ୍ଦିର ପ୍ରାଙ୍ଗଣରେ ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ତରଫରୁ ଆୟୋଜିତ ଉତ୍ସବରେ ପୂର୍ବତନ ସମିତି ସଭ୍ୟ ପ୍ରହଲାଦ ସାହୁ ସଭାପତିତ୍ୱ କରିଥିଲେ । ଉତ୍ସବରେ ଜିଲା ଯୁବ ବିଜେଡ଼ି ସଭାପତି ରାଜେଶ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ଅଗ୍ରୱାଲା ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ପାଟକୁରା ଜନସାଧାରଣଙ୍କ ଗମନା ଗମନ ସୁବିଧା ପାଇଁ ପାଇକା , କରାଣ୍ଡିଆ,ଚିତ୍ରୋପôଳା ନଦୀରେ ନିର୍ମାଣ ଓ ଜନସାଧାରଣଙ୍କୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଏହି ସବୁ ନଦୀର ଉଭୟ ପାଶ୍ୱର୍ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ କରିବା ସହିତ ଦୀର୍ଘବର୍ଷ ଧରି ଅଧାପନ୍ତରିଆଭାବେ ପଡ଼ି ରହିଥିବା ଚିତ୍ରୋପôଳା ଦକ୍ଷିଣ ପାଶ୍ୱର୍ କେନାଲ ଖନନ ଓ କଚା ରାସ୍ତା ଘାଟ ନିର୍ମାଣ ପାଇଁ ପାଟକୁରାର ବିକାଶ ପୁରୁଷ ଭାବରେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ପାଟକୁରା ବାସୀଙ୍କର ସ୍କୃତିରେ ସବୁଦିନେ ରହିବେ ବୋଲି ଶ୍ରୀ ଦାସ କହିଥିଲେ । ଏହି ଉତ୍ସବରେ ଜିଲା ବିଜେଡ଼ି କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ସନ୍ତୋଷ ମାହାଳୀ, ପୂର୍ବତନ ସରପଂଚ ଅଶୋକ କୁମାର ଜେନା,ଯୁବ ନେତା ବିଶ୍ୱରଂଜନ ସ୍ୱାଇଁ, ବିଜେଡ଼ି ସମ୍ପାଦକ ଲିପୁ ସାହୁ, ଯୁବ ବିଜେଡ଼ି ସମ୍ପାଦକ ତି୍ରଲୋଚନ ସାହୁ,ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ନରୋତମ ପରିଡ଼ା,ଆଲୋକ ମାହାଳୀ,ରାକେଶ ସେଠୀ, ନୀରଂଜନ ପଣ୍ଡା ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଓ ଶୁଭେଛୁ ଉପସ୍ଥିତ ହୋଇ ଦେବୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପଅର୍ଘ୍ୟ ଦେଇ ସ୍ମୃତି ଚାରଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.