Monday , March 27 2023
Breaking News
Home / ବିଶେଷ / ତଇଲ ଠାରେ ବ୍ୟାରେଜ ପ୍ରତିଷ୍ଠା ହେଉ

ତଇଲ ଠାରେ ବ୍ୟାରେଜ ପ୍ରତିଷ୍ଠା ହେଉ

ମହାନଦୀ ଶୁଖିଲା ପଡ଼ିଛି , ଗ୍ରାମାଂଚଳ ଜଳ ସ୍ତର କମିଲାଣି – ପାନୀୟ ଜଳ ସଙ୍କଟ ଆଶଙ୍କା

ତାରପୁର, ୨୧/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ର ବଡ଼ ନଦୀ ମହାନଦୀ କାହିଁ ହଜାର ହଜାର କିଲୋମିଟର ଲମ୍ବି ମିଶିଛି ପାରାଦ୍ୱୀପ ବେଙ୍ଗାପ ସାଗରରେ । ପୂର୍ବରୁ ବର୍ଷ ତମାମ ନଦୀରେ ଜଳ ର ଧାର ରହୁଥିବାରୁ ଏହାର ଅବବାହିକାରେ ଥିବା ଗ୍ରାମ ମାନଙ୍କରେ ଭୁତଳ ଜଳ ସ୍ତର ଉପରେ ରହୁଥିବାରୁ ଲୋକମାନେ ଖରାଦିନିଆ ଚାଷ କରିବା ସହିତ ଲକ୍ଷ ଲକ୍ଷ ଜୀବ ଜନ୍ତୁ ଓ ଗୃହପାଳିତ ପଶୁମାନେ ନଦୀ ପଠାକୁ ଚରିବାକୁ ଆସି ଶୋଷ ହେଲେ ମହାନଦୀର ଜଳରେ ତୃଷା ମେଂଟାଉଥିଲେ । ମହାନଦୀରୁ ଜଳ ପ୍ରବାହ ଠିକ ରହିଲେ ଏହାର ଶାଖା ନଦୀ ଗୁଡ଼ିକରେ ମଧ୍ୟ ବିଭିନ୍ନ ପ୍ରକାର ଜୀବ ଜନ୍ତୁ , ଗୃହପାଳିତ ପଶୁ ଓ ସାଧାରଣ ଲୋକମାନେ ମଧ୍ୟ ଉପକୃତ ହେଉଥିଲେ । କିନ୍ତୁ ଦିନକୁ ଦିନ ମହାନଦୀରୁ ଜଳ ଧାର କମିବା ସହିତ ଚଳିତ ବର୍ଷ ନଦୀର ବକ୍ଷ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବାରୁ ସ୍ଥାନୀୟ ଗ୍ରାମାଂଚଳର ଗୋରୁ ଗାଈ ତଥା ବିଭିନ୍ନ ଗୃହପାଳିତ ପଶୁମାନେ ନଦୀ ପଠାମାନଙ୍କୁ ଚରିବାକୁ ଆସି ମଧ୍ୟାହ୍ନ ସମୟରେ ପିଇବା ପାଇଁ ପାଣି ନପାଇ ଅଧା ଚରି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଏହିପରି ନଦୀର ପଠାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବନୀକରଣ ଯୋଗୁ ସେଠାରେ ବାସ କରୁଥିବା ବିଭିନ୍ନ ପ୍ରକାର ଛୋଟ ଛୋଟ ଜୀବ ଜନ୍ତୁ ଉତପ୍ତ ଖରାରେ ପିଇବାକୁ ନପାଇ ଜୀବନ ହାରିବାକୁ ବାଧ୍ୟ ହେଉଛନ୍ତି । ଏପରିକି ନଦୀ ନିକଟରେ ଥିବା ଗ୍ରାମାଂଚଳରେ ଭୁତଳ ଜଳସ୍ତର ବହୁ ତଳକୁ ଖସିଯାଉଥିବାରୁ ଖରାଦିନେ ଗଡ଼ିଆ ପୋଖରୀରେ ରହୁଥିବା ପାଣି ସମ୍ପୂର୍ଣ୍ଣ ଶୁଖିଯାଉଥିବାବେଳେ ବୋରିଂ ଓ ନଳକୂପ ମାନଙ୍କରୁ ମଧ୍ୟ ପାଣି ବାହାରୁନାହିଁ । ଫଳରେ ସ୍ଥାନୀୟ ଜନସାଧାରଣ ଖରାଦିନିଆ ଫସଲ ଓ ପନିପରିବା କରିବାରୁ ବଂଚିତ ହେଉଛନ୍ତି । ଯାହାଫଳରେ ସ୍ଥାନୀୟ ଜନସାଧାରଣ ନିକଟରେ ଥିବା ହାଟ ଓ ବଜାର ମାନଙ୍କୁ ବାହାରୁ ଆସୁଥିବା ଛଅ ସାତ ଦିନର ବାସୀ ପନି ପରିବା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ମହାନଦୀରେ ପାଣି ଅଭାବରୁ ଏହାର ପଠା ମାନଙ୍କରେ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ କରାଯାଇ କରାଯାଇଥିବା ବନୀକରଣ ଯୋଜନା ଫେଳ ମାରିବା ସହିତ ଏଥିରେ ଥିବା ଛୋଟ ଛୋଟ ବୃକ୍ଷ ଗୁଡ଼ିକ ଉତପ୍ତ ଖରାରେ ମରିଯାଉଥିବାରୁ ସରକାରଙ୍କ ଲକ୍ଷ ମଧ୍ୟ ପୁରଣ ହୋଇ ପାରୁନାହିଁ । ଏପରିକି ଏହାର ପ୍ରଭାବ ଜଳବାୟୁ ଉପରେ ଗୁରୁତରଭାବେ ପଡ଼ୁଥିବା ଲକ୍ଷ କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ ପଦାଧିକାରୀ ଓ ରାଜ୍ୟ ସରକାର ମହାନଦୀରେ କିପରି ବର୍ଷ ତମାମ ଜଳ ଧାର ଚାଲୁ ରହିବ ସେ ଦିଗରେ ବିଚାର କରିବାକୁ ସାଧାରଣରେ ଦାବି ହେଉଛି ।
ମହାନଦୀର ସାନନୟନପୁର ଠାରେ ମହାନଦୀ ଟି ଦୁଇଭାଗ ହୋଇ ପାଇକା ଓ ମହାନଦୀ ଭାବେ ତଳକୁ ପ୍ରବାହିତ ହେଉଛି । ତେଣୁ ଏହାର ଠିକ୍ ଉପରକୁ ତଇଲ ଠାରେ ବ୍ୟାରେଜ ପ୍ରତିଷ୍ଠା କରାଯାଇ ପାରିଲେ ମହାନଦୀରେ ବର୍ଷ ତମାମ ପାଣି ରହିପାରିବ ବୋଲି ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ମତ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.