Monday , March 20 2023
Breaking News
Home / ବିଶେଷ / ଗରଦପୁର ଅଂଚଳରେ ଶ୍ରୀରାମ ଜନ୍ମ ପାଳିତ 

ଗରଦପୁର ଅଂଚଳରେ ଶ୍ରୀରାମ ଜନ୍ମ ପାଳିତ 

ଗରଦପୁର, ୨୧/୦୪/୨୦୨୧(ଓଡ଼ିଶା ସମାଚାର)- ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ପବିତ୍ର ଜନ୍ମ ଉତ୍ସବ । ଏହି ପରିପ୍ରେକ୍ଷିରେ ଆଜି ପାଟକୁରାର ପୁରପଲୀ ସବୁଠାରେ ଆନନ୍ଦ ଉତ୍ସବର ପରିବେଶ ସୃଷ୍ଟି ହୋଇଛଇ । ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ଶୁଦ୍ଧପୁତ ହୋଇ ବିଭିନ୍ନ ରାମ ମନ୍ଦିର ମାନଙ୍କରେ ଭିଡ଼ ଲଗାଇଛନ୍ତି । ଶ୍ରଦ୍ଧାଳୁମାନେ ହବିଶ ପାଳନ କରିବା ସହିତ ମନ୍ଦିର ମାନଙ୍କରେ ରାମାଭିଷେକ କରାଇ ପ୍ରଭୁ ରାମଚନ୍ଦ୍ର , ଭାଇ ଲକ୍ଷ୍ମଣ ଓ ମା ସୀତାଙ୍କ ସମେତ ସଙ୍କଟ ମୋଚନ ବୀର ହନୁମାନଙ୍କ ଶୁଭ ଆଶିର୍ବାଦ କାମନା କରିଛନ୍ତି । ପାଟକୁରା ଜଗଦଳପୁରସ୍ଥିତ ରାମ ମନ୍ଦିର, ଅରିଲୋ ରାମ ମନ୍ଦିର , ଆଖୁଆସ୍ଥିତ ରାମେଶ୍ୱର ମନ୍ଦିର ସମେତ ଗରଦପୁର, କୋରୁଆ ,କଳାବୁଦା ଉତରେଶ୍ୱର, କାମେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥିଲା । ସେହିପରି ପେଣ୍ଠ, ଜମପଡ଼ା , ନଡ଼ିଆ ବରେଇ , ପାଟକୁରା , ପଳସୁଧା ଆଦି ସ୍ଥାନ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶ୍ରୀାମେ ଚରିତ ମାନସ ପ୍ରବଚନ ଓ ପାରାୟଣ କୋଭିଡ଼ କଟକଣା ସହିତ ପାଳିତ ହେଉଅଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.