Saturday , April 1 2023
Breaking News
Home / ବିଶେଷ / କୋଭିଡ କଟକଣା ମଧରେ ଚାଲିଛି ଅସୁରେଶ୍ୱର ର ପ୍ରସିଦ୍ଧ ରାମନବମୀ

କୋଭିଡ କଟକଣା ମଧରେ ଚାଲିଛି ଅସୁରେଶ୍ୱର ର ପ୍ରସିଦ୍ଧ ରାମନବମୀ

ନିଶ୍ଚିନ୍ତକୋଇଲି,୨୧/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ର ପ୍ରସିଦ୍ଧ ରଘୁନାଥଜୀଉ ଙ୍କ ପୀଠରେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ୧୪୪ଧାରା ଜାରି କରାଯାଇଛି ।ମିନ୍ଦିର ପ୍ରଶାସନ ପକ୍ଷରୁ କେବଳ ବିଧିରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳୁଛି।ଏଠାରେ ଉଲେଖନିୟ ଯେ ଅସୁରେସ୍ୱର ରାମନବମୀ କୁ ନେଇ ଲୋକକଥା ମଧ୍ୟ ରହିଛି। କଥାରେ ଅଛି” ଓଳକଣା ମେଲଣ ଆଳି ରାଜା ଝୁଲଣ ଅସୁରେଶ୍ୱର ରାମନବମୀ , ପୁରସ୍ତମ ଚନ୍ଦନ।ପୌରାଣିକ କଥା ଅନୁଯାଇ ଏହି ଯାତ୍ରା ମହାଦ୍ରୁମ ପାଲଟି ଯାଇଛି।ବହୁ ବିଶ୍ୱାସ ଓ ଆସ୍ଥା ର ପ୍ରତୀକ ଭାବେ ଶ୍ରଦ୍ଧାଳୁ ମାନେ ନିଜର ମନୋବାଞ୍ଛା ପୂର୍ଣ ପାଇଁ ଏହି ପୀଠରେ ଭକ୍ତି ଓ ନିଷ୍ଠା ର ସହ ହନୁମାନ ହୋଇ ନିଜର ମାନସିକ ପୂର୍ଣ କରିଥାନ୍ତି।ଏଠାରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ମନସ୍କାମନା ପୂର୍ଣ ପାଇଁ ବାଣ ଫୁଟାଇ ଥାନ୍ତି।ଏଠାରେ ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଶହ ଶହ ସଂଖ୍ୟା ରେ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ।କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ୧୪୪ ଧାରା ଜାରିହେବା ସହ ଭକ୍ତ ଶୂନ୍ୟ ପରିଲକ୍ଷିତ ହେଉଛି।ଗତବର୍ଷ ମଧ୍ୟ କରୋନା ପାଇଁ ପ୍ରଶାସନ ଏହି ଯାତ୍ରା କୁ ବନ୍ଦ ରଖି ଥିଲେ. । ଓଡିଶା ସମାଚାର

Leave a Reply

Your email address will not be published.