Saturday , May 28 2022
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ସଂଜୟ  ସାହୁଙ୍କ ପିତୃ ବିୟୋଗ   

ଉତ୍କଳ ବିକାଶ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ସମାଜସେବୀ ସଂଜୟ  ସାହୁଙ୍କ ପିତୃ ବିୟୋଗ   

 କଟକ, ୨୧/୦୪/୨୦୨୧(ଓଡିଶା ସମାଚାର)- କଟକ ସଦର  କିଶନନଗର ଉପକଣ୍ଠ ବାରଦା ପଂଚାୟତ ଶଗଡିପାଟଣା ଗ୍ରାମର ଯୁବ ସମାଜସେବୀ ସଂଜୟ ସାହୁଙ୍କ ପିତା ଗଜେନ୍ଦ୍ର ନାଥ ସାହୁ (୬୬)ଙ୍କ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି ।  ସ୍ବର୍ଗତ  ଗଜେନ୍ଦ୍ର ନାଥ ସାହୁ ଜଣେ ଧର୍ମପରାୟଣ,ସରଳ,ନିଷ୍କପଟ ବ୍ୟକ୍ତିଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ସଞ୍ଜୟ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ,ଗୋସୂରକ୍ଷା ପ୍ରମୂଖ କଟକ ସଦର ବିଶ୍ବହିନ୍ଦୁ ପରିଷଦ ଆଦି ବହୁ ସଂଗଠନ ସହ ଜଡିତ ହୋଇ ପରିବେଶ ସୁରକ୍ଷା,ସମାଜସେବା,କରୋନା ମହାମାରୀ ସମୟରେ ବିଭିନ୍ନ ସ୍ଥାନ ବିଶୋଧନ କାର୍ଯ୍ୟକ୍ରମ କରି ବହୁ ଜନହିତକର କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ଆଉ ସମ୍ମାନିତ । ସ୍ବର୍ଗତ ସାହୁଙ୍କ ବିୟୋଗରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିବାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଛନ୍ତି । ଓଡିଶା ସମାଚାର

About admin

Check Also

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର

ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )-  ADIP ଓ  RVY  ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *