Tuesday , March 28 2023
Home / ତାଜା ଖବର / ଅସାମାଜିକ ଙ୍କ ଦୌରାତ୍ମ୍ୟ – କାନ୍ଦି କାନ୍ଦି ଯାଉଥିବା ମହିଳା ଉଦ୍ଧାର

ଅସାମାଜିକ ଙ୍କ ଦୌରାତ୍ମ୍ୟ – କାନ୍ଦି କାନ୍ଦି ଯାଉଥିବା ମହିଳା ଉଦ୍ଧାର

ପାଟକୁରା, ୨୧/୦୪/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ର ଅନତି ଦୂରରେ ଥିବା ପାଟକୁରା ବ୍ରିଜ ଓ ଆଖୁଆ – ମାଣ୍ଡିଆ ଚିତ୍ରୋପôଳା ନଦୀ ବନ୍ଧରେ ଅସାମାଜିକ୍ତତ୍ୱଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ଅସାମାଜିକ ଯୁବକଙ୍କ ଦ୍ୱାରା ଶିକାର ହୋଇଥିବା ମହିଳା ସନ୍ଧ୍ୟା ୭ ଟା ବେଳେ ଏକୁଟିଆ କାନ୍ଦି କାନ୍ଦି ନଦୀବନ୍ଧ ରେ ଦୌଡ଼ୁଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସୂଚନାରୁ ପ୍ରକାଶ ଯେ ନିକଟସ୍ଥ ଯୋକିଆ ଗ୍ରାମର ଜଣେ ଭଦ୍ର ମହିଳା ପାଟକୁରା ବଜାର ରେ ନିଜ କାର୍ଯ୍ୟ ସାରି ଘରକୁ ଚାଲି ଚାଲି ଫେରୁଥିଲେ । ପାଟକୁରା ବି୍ରଜ ଉପରେ ତାଙ୍କୁ ଘରେ ଛାଡ଼ିଦେବା କହି ୨ ଜଣ ଯୁବକ ନିଜ ବାଇକ୍ ରେ ବସାଇଥିଲେ । ବାଇକ୍ ଟି ତାଙ୍କ ଗ୍ରାମ ଅଭିମୁଖେ ନଯାଇ ସମ୍ପୃକ୍ତ ଯୁବକମାନେ ମହିଳାଙ୍କୁ ବ୍ରିଜ ଠାରୁ ମାଣ୍ଡିଆ ଆଡ଼େ ନଦୀ ବନ୍ଧରେ ନେଇଯାଇଥିଲେ । ନଦୀବନ୍ଧ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ନିକଟରେ ସମ୍ପୃକ୍ତ ମହିଳା ହାଲା ଚୁଲା କରିବାରୁ ଯୁବକ ୨ ଜଣ ତାଙ୍କୁ ଛାଡ଼ିଦେଇ ପଳାଇଥିଲେ । ମହିଳା ସେଠାରୁ କାନ୍ଦି କାନ୍ଦି ଆଖୁଆ ଠାରୁ ନିଜ ଗ୍ରାମ ଯୋକିଆ ଆଡ଼େ ନଦୀ ବନ୍ଧରେ କାନ୍ଦି କାନ୍ଦି ଦୌଡ଼ୁଥିଲେ । ଏହା ଦେଖି ଆଖୁଆ ଗ୍ରାମର ମହିଳାମାନେ ମଳିଳାଙ୍କ ନିକଟରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ପାଖରୁ ସବୁ ବୁଝି ପାଣି ପିଇବାକୁ ଦେଇଥିଲେ । ପରେ ସମ୍ପୃ୍କ୍ତ ମହିଳା ନିଜ ଗ୍ରାମକୁ ଯାଇଥିଲେ । ଉଲେଖନୀୟ ଏହିକି ଉକ୍ତ ଗ୍ରାମ୍ୟ ଜଙ୍ଗଲ ନିକଟରେ ବହୁ ସମୟରେ ଅସାମାଜିକ ଯୁବକଙ୍କ ଆଡ଼ା ଜମୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.