Tuesday , March 28 2023
Home / ତାଜା ଖବର / ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ ଅଫିସ ଆଗରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ ଅଫିସ ଆଗରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ ଅଫିସ ଆଗରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମଡେକିଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକାଡେମୀକ କାଉନସିଲ୍ ବୈଠକ ଚାଲିଥିଲା । ଠିକ୍ ଏହି ସମୟରେ ବିଶ୍ୱବିଦ୍ୟାଳୟର ଦୀନବନ୍ଧୁ ମିଶ୍ର ନାମକ ଜଣେ କର୍ମଚାରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା  ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ଖବର ମିଳୁଛି ।

ଦୀନବନ୍ଧୁଙ୍କ ଚାକିରୀ ଓ ଦରମା ସମ୍ପର୍କରେ ନ୍ୟାୟାଳୟରୁ ନିର୍ଦ୍ଧେଶ ଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଟାଳଟୁଳ ନୀତି ଅବଳମ୍ବନ କରୁଥିବାରୁ ଦୀର୍ଘ ୩୫ ବର୍ଷର କର୍ମଚାରୀ ମାନସିକ ଚାପରେ ଥିଲେ ବୋଲି ତାଙ୍କ ପୁଅ କହିବା ସହିତ ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.