ଭୁବନେଶ୍ୱର, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲାଗିଲା । ଆସନ୍ତା କାଲି ୨୧ ତାରିଖ ଠାରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଉପରେ କଟକଣା ଲାଗିଲା । କେବଳ ଦୈନିକ ନୀତିକାନ୍ତି ଚାଲୁ ରହିବ କିନ୍ତୁ ସର୍ବସାଧାରଣଙ୍କ ପ୍ରବେଶ ହୋଇପାରିବ ନାହିଁ । ରାଜ୍ୟରେ କରୋନାର ସ୍ଥିତି କୁ ଆଖି ଆଗରେ ରଖି ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ସ୍ଥିତିରେ ସୁଧାର ଆସିଲେ ପରବର୍ତି ନିଷ୍ପତି ଗ୍ରହଣ କରାଯିବ । ଓଡ଼ିଶା ସମାଚାର