Friday , May 20 2022
Home / ବିଶେଷ / ଭିତରକୁ ଗାଡି ଛଡାଯାଉନଥିବାରୁ ମେଡିକାଲ ସମ୍ମୁଖ ରାସ୍ତା ଜାମ

ଭିତରକୁ ଗାଡି ଛଡାଯାଉନଥିବାରୁ ମେଡିକାଲ ସମ୍ମୁଖ ରାସ୍ତା ଜାମ

କେନ୍ଦ୍ରାପଡା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରକୁ ଗେଟ ପାଖରୁ କୌଣସି ଗାଡି ଛଡାଯାଉନଥିବାରୁ ମେଡିକାଲ ସମ୍ମୁଖ ରାସ୍ତାରେ ଗାଡି ଗୁଡିକ ରହି ରାସ୍ତାକୁ ଜାମ କରୁଥିବା ଦେଖିବାକୁ ମିଳିଛି । ଫଳରେ ସେହି ରାସ୍ତା ଦେଇ ସୁନାଇଲୋ, ପଶୁ ଡାକ୍ତରଖାନା ଓ ଜୟୀପୁରା ପ୍ରଭୃତି ସ୍ଥାନକୁ ଯାଉଥିବା ଗାଡି ଗୁଡିକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ପୂର୍ବରୁ ମେଡିକାଲ ଭିତରକୁ ଯାଉଥିବା ଗାଡି ଗୁଡିକ ମୁଖ୍ୟ ଗେଟ ନିକଟ ଡାହାଣ ପାଶ୍ୱର୍ରେ ଥିବା ପାର୍କିଂ ସ୍ଥାନରେ କିମ୍ବା ବାମ ପାଶ୍ୱର୍ରେ ଥିବା ସ୍ଥାନରେ ରଖାଯାଉଥିଲା । କିନ୍ତୁ ଏବେ ସେହି ସ୍ଥାନରେ ଗାଡି ରଖାଗଲେ କୈାଣସି ଅସୁବିଧା ହେବାର ସମ୍ଭାବନା ନଥିବା ବେଳେ ଗେଟ ଭିତରକୁ ଗାଡି ଗୁଡିକ ଛଡା ନଯିବା ଦ୍ୱାରା ମେଡିକାଲ ସମ୍ମୁଖ ରାସ୍ତାଟି ଜାମ ହୋଇ ବହୁ ଅସୁବିଧା ସୃଷ୍ଟି ହେଉଥିବାରୁ ଏଥିପ୍ରତି ମେଡିକାଲ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *