କେନ୍ଦ୍ରାପଡା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଭତା ହିତାଧିକାରୀ ମାନେ ଭତା ନପାଇବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ଯୋଜନା ଅନୁଯାଇ ପ୍ରତ୍ୟେକ ମାସର ୧୫ତାରିଖରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ହିତାଧିକାରୀମାନେ ସେମାନଙ୍କ ଭତା ପାଇଥାନ୍ତି । କିନ୍ତୁ କେନ୍ଦ୍ରାପଡା ପୌରାଂଚଳରେ ଚଳିତ ମାସର ୧୫ତାରିଖରେ ଭତା ହିତାଧିକାରୀମାନେ ଭତା ପାଇନଥିବାରୁ ସେମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ଚଳିତମାସ ୧୬, ୧୭ ଓ ୧୮ତାରିଖ ଛୁଟି ପଡିଥିବାରୁ ସେମାନଙ୍କ ଭତା ପାଇବାରେ ଆହୁରି ବିଳମ୍ବ ହୋଇଥିବା ଯୋଗୁଁ ଏବଂ କରୋନା କଟକଣା ଆରମ୍ଭ ହେବାକୁ ଯାଉଥିବାରୁ ସେମାନଙ୍କୁ ଆଉ ବିଳମ୍ବ ନକରି ଭତା ପ୍ରଦାନ କରାଯିବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର
Check Also
୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …