ଗରଦପୁର ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପାଟକୁରା ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବଙ୍ଗାଳପୁର ସମିତି ସଭ୍ୟ ଜ୍ୟୋତିରଂଜନ ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଗରଦପୁର ଆତ୍ମା ଅଧ୍ୟକ୍ଷ ଦିପକ କୁମାର ରାଉତ ଯୋଗଦେଇ ବେଦୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହିତ ବିଶେଷକରି କରାଣ୍ଡିଆ ନଦୀର ହୁରାସାହି ଠାରେ ଶାଗୁଣା ଘାଇ ସେତୁ , ଚିତ୍ରୋପôଳା ନଦୀରେ ପହଣା ସେତୁ, ପାଇକା ନଦୀରେ କଳାବୁଦା ସେତୁ ଓ ବନ୍ୟା ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପାଇକା, ଲୁଣା, କରାଣ୍ଡିଆ ଓ ଚିତ୍ରୋପôଳା ନଦୀର ଉଭୟ ପାଶ୍ୱର୍ ନଦୀ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ବେଦୁବାବୁ ପାଟକୁରା ବାସୀଙ୍କର ସବୁଦିନେ ମନେ ରହିବେ ବୋଲି କହିଥିଲେ । ଏହି ଉତ୍ସବରେ ଜିଲାପରିଷଦ ସଦସ୍ୟା ସୁଜାତା ରାଉତରାୟ, ଏବି ରାଖାଲ, ପୂର୍ବତନ ସମିତି ସଭ୍ୟ ଅମିୟ କୁମାର ଜେନା, ଯୁବ ନେତା ବିଶ୍ୱରଂଜନ ସ୍ୱାଇଁ, ଧୃବ ସୂତାର, ଜିତେନ୍ଦ୍ର କୁମାର ରାଉତରାୟ, ସନ୍ତୋଷ କୁମାର ମଲ, ପ୍ରଶାନ୍ତ ଜେନା, ରେବତୀ ସାମଲ, ନାଏବ ସରପଂଚ ରଘୁନାଥ ବେଜ ପ୍ରମୁଖ ଉପସ୍ଥିତ ରହି ବେଦୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ଘ୍ୟ ଦେବା ସହିତ ସ୍ମୃତି ଚାରଣ କରିଥିଲେ । ପରିଶେଷରେ ଗୁଣନିଧି ଦାସ, ଜ୍ୟୋତିରଂଜନ କାନୁନଗୋ, ପୃଥିରାଜ ମହାନ୍ତି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର