ଗରଦପୁର ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମରଣୋତର ଭାରତରତ୍ନ ପ୍ରଦାନ ନିମନ୍ତେ ପାଟକୁରା ପ୍ରଗତୀ ମଂଚ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଦାବି କରାଯାଇଛି । ପାଟକୁରା ପ୍ରଗତି ମଂଚ ପକ୍ଷରୁ ବିଜୁ ବାବୁଙ୍କ ୨୪ ତମ ତିରୋଧାନ ଦିବସ କୋରୁଆ ଠାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଂଜଳୀ ସଭାରେ ପାଟକୁରା ପ୍ରଗତୀ ମଂଚ ସଭାପତି ତଥା ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା ସଭା ପରିଚାଳନା କରିଥିଲେ । ସର୍ବ ପ୍ରଥମେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରି ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ବିଜୁ ବାବୁ ଙ୍କ କର୍ମଭୂମୀ ପାଟକୁରା ଓ କେନ୍ଦ୍ରାପଡ଼ା ଥିଲା ଓ ସେ ପାଟକୁରା ବାସୀଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । ବନ୍ୟା ବାତ୍ୟା ସମୟରେ ବିଜୁ ବାବୁ ପାଟକୁରାର ପ୍ରପିଡ଼ିତ ଲୋକଙ୍କ ପାଖରେ ପହଂଚି ବିପଦରୁ ଲୋକମାନଙ୍କୁ ଉଦ୍ଧାର ଓ ରିଲିଫ ବାଂଟୁଥିଲେ । ଏଥି ସହିତ ବିଜୁବୁବୁ ଆଧୁନୀକ ଓଡ଼ିଶାର ବିନ୍ଧାଣୀ ଥିଲେ । ଓଡ଼ିଶାକୁ ତଥା ଓଡ଼ିଆଙ୍କୁ ବିଜୁ ବାବୁ ବହୁତ ଭଲ ପାଉଥିଲେ । ସାରା ବିଶ୍ୱରରେ ଓଡ଼ିଶାର ସମ୍ମାନ ପାଇଁ ବିଜୁବାବୁ କାମ କରୁଥିଲେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ନିମନ୍ତେ ସଭାପତି ସନ୍ତୋଷ ଜେନା ଭାରତ ସରକାରଙ୍କ ନିକଟରେ ଦାବି କରିଥିଲେ । ଏଥିରେ ସମାଜସେବୀ କେଦାରନାଥ ସାମନ୍ତରାୟ, ବ୍ଲକ୍ ବିଜେପି ନେତା ଅମିୟ ପରିଜା, ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ସନାତନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମଂଚର ଉପସଭାପତି କ୍ଷିରୋଦ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠାତା ଦିବାକର ସାହୁ , ସୁକାନ୍ତ କୁମାର ମଲ, ଉମାକାନ୍ତ ଜେନା, ନବାବ ପଣ୍ଡା, ପବିତ୍ର ମଳିକ , ରବିନ୍ଦ୍ରନାଥ ଗୋଛାୟତ , ଯୁଧିଷ୍ଠିର ସ୍ୱାଇଁ, ମିନାକ୍ଷୀ ଦାସ, ପ୍ରଭାକର ସାହୁ , ସଂଜୟ କୁମାର ଜେନା ପ୍ରମୁଖ ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର