କେନ୍ଦ୍ରାପଡ଼ା, ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ବାଣୀପୀଠ ସମ୍ମାନ ପାଇବା ପାଇଁ କେନ୍ଦ୍ରାପଡାର ସମାଜସେବୀ ଦମନ କୁମାର ମହାନ୍ତି ମନୋନିତ ହୋଇଛନ୍ତି । ଶ୍ରୀ ମହାନ୍ତି ହେଉଛନ୍ତି ଶ୍ରୀଧର ମହାନ୍ତି ଓ ଜ୍ୟୋସ୍ନାରାଣୀ ମହାନ୍ତିଙ୍କ ସୁପତ୍ର ତଥା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି । ଶ୍ରୀ ମହାନ୍ତିଙ୍କ ନିସ୍ୱାର୍ଥପର ସମାଜ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ । କେନ୍ଦ୍ରାପଡା ମାଟିର ପୁଅ ହିସାବରେ ଶ୍ରୀ ମହାନ୍ତିଙ୍କ ଏହି ସମ୍ମାନ ଜିଲ୍ଲା ପାଇଁ ଗୈାରବ ଆଣି ଦେଇଛି । ଏଥିପାଇଁ ଶ୍ରୀ ମହାନ୍ତି ଓ ତାଙ୍କ ପିତାମାତାଙ୍କୁ ଶୁଭେଛାର ସୁଅ ଛୁଟିଛି । ଓଡ଼ିଶା ସମାଚାର