Sunday , April 2 2023
Breaking News
Home / ଶିକ୍ଷା / ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲମୁନୀ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲମୁନୀ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର ୨୦/୦୪/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଗରଦପୁର ବ୍ଲକ୍ ସ୍ତରୀୟ ମୋ ସ୍କୁଲ ସମ୍ମିଳନୀ ଓ ଆଲୁମିନୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ  ଆୟୋଜିତ ଉତ୍ସବରେ ପ୍ରଦାନ ଶିକ୍ଷକ ମଳୟ କୁମାର ପାଣି ଅଧ୍ୟକ୍ଷତା କରିଥିଲେ । ମୋ ସ୍କୁଲ କମିଟିର ଅଧ୍ୟକ୍ଷ ତଥା ଗରଦପୁର ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ମୋ ସ୍କୁଲ କମିଟି ସଦସ୍ୟ ଶିକ୍ଷକ ଅଶୋକ କୁମାର ପରିଡ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପାଟକୁରା ମୋ ସ୍କୁଲ କମିଟି ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମନ୍ତସିଂହାର ଉପସ୍ଥିତ ଥିଲାବେଳେ  ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଆଲୁମିନୀମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲୁମିନୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ପ୍ରାରମ୍ଭ ରେ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ପାଣି କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିବା ସହିତ ଅଧିକରୁ ଅଧିକ ଆଲୁମିନୀ କାର୍ଯ୍ୟକ୍ରମରେ ଯୋଡ଼ିହେବାକୁ ଆହ୍ୱାନ ଦେଇଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.