Wednesday , January 19 2022
Breaking News
Home / Uncategorized / ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ:ଦୁଇ ଗିରଫ

ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ:ଦୁଇ ଗିରଫ

 ବାଲିଗୁଡା, ୨୦/୦୪/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଙ୍କ ତତ୍ୱାବଧାନରେ  ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଏକ ଟିମ କୋଭିଡ଼ କଟକଣା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା  ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରିଥିଲା । ସେମାନେ ହେଲେ  ମନୋରଞ୍ଜନ ରାଉତ ଘର ଶୈଳଶ୍ରୀ ବିହାର ଭୁବନେଶ୍ୱର ଓ ସମୀର ଦିଗାଲ  କାମପଡ଼ା ବାଲିଗୁଡ଼ା ବୋଲି ଜଣାପଡ଼ିଛି  । ଏମାନଙ୍କ ନାମରେ ଏକ  ମାମଲା କେଶନଂ. ୭୨/୨୧ରେ  ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା  ସୂଚନା ପ୍ରଦାନ କରିଛନ୍ତି  । ଓଡିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *