Saturday , April 1 2023
Breaking News
Home / ବିଶେଷ / ଇଂଟରନ୍ୟାସନାଲ ଗୀତା ମିଶନ ତରଫରୁ ବସ୍ତ୍ର ବଂଟନ

ଇଂଟରନ୍ୟାସନାଲ ଗୀତା ମିଶନ ତରଫରୁ ବସ୍ତ୍ର ବଂଟନ

ପାଟକୁରା,୨୦/୦୪/୨୦୨୧(ଓଡ଼ିଶା ସମାଚାର)- ପୁଜ୍ୟପୁଜକ ବାବା ବଳିଆ ଙ୍କ ଦ୍ୱାରା ପ୍ରତିଷ୍ଠିତ ଇଂଟରନ୍ୟାସନାଲ ଗୀତା ମିଶନ ଦ୍ୱାରା “ବାବା ବଳିଆ ଜରାଶ୍ରମ” ପରିଶରରେ ଅନ୍ତେବାସୀମାନଙ୍କୁ ବସ୍ତ୍ର ବଂଟନ କରାଯାଇଥିଲା । ପୂଜ୍ୟପୁଜକ ବଳିଆ ଙ୍କ ୬୮ ତମ ସ୍ୱନକ୍ଷେତ୍ର ଦିବସ ଉତ୍ସବ ପାଳନ ଅବସରରେ ଗୀତାମିଶନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହି ଅବସରରେ ଗୀତାମିଶନର ପ୍ରତିଷ୍ଠାତା ବାବା ବଳିଆ କହିଲେ ଯେ ମାନବର ସେବା ହିଁ ପ୍ରତ୍ୟକ୍ଷ ଇଶ୍ୱରଙ୍କ ସେବା । ଜନ୍ମଦିବସ ଆନନ୍ଦ ଉତ୍ସବର ଦିନ ନ ହୋଇ ଅତ୍ମ ସମୀକ୍ଷାର ଦିନ ହେବା ଉଚିତ । ଡଃ ସ୍ୱାମୀ ଚିଦାନନ୍ଦ କହିଲେ ଯେ ବାବା ବଳିଆ ସମାଜ ସଂସ୍ଥାରର ଧାରା ଓ ଆଦର୍ଶକୁ ପ୍ରତିଷ୍ଠା କରିବା ଦିଗରେ ଗୀତାମିଶନ ସମଗ୍ର ଓଡିଶାରେ କାର୍ଯ୍ୟ କରି ଆସୁଅଛି । ଏହା ପୁର୍ବରୁ ସୁନ୍ଦରଗଡ , ଭୁବନେଶ୍ୱର , କଳାହାଣ୍ଡି , ଯାଜପୁର , ସମ୍ବଲପୁର ଓ କଟକ ମହାନଗରରେ ଦରିଦ୍ର ନାରାୟଣ ସେବା , ଅନାଥ ଆଶ୍ରମରେ ବସ୍ତ୍ର , ପାଠ୍ୟପୁସ୍ତକ ବିରଣ ଏବଂ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଶ୍ରମ ପରିଶରରେ ଆୟୋଜିତ ଏହି ଜନମଙ୍ଗଳ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶଙ୍କର ରାଉତ , ପ୍ରସନ୍ନ ପରିଡା , ସୋମନାଥ ପାଢୀ , ନିରାକର ସ୍ୱାଇଁ , ଲୀଳାଧର କାଲୋ , ପ୍ରକାଶ ବିଶ୍ୱାଳ , ଜ୍ୟୋତି ଦାସ , ଝରଣାବାଳା ରାଉତ , ସୁସ୍ମିତା ପଣ୍ଡା , ନିବେଦିତା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.