Saturday , April 1 2023
Breaking News
Home / ବିଶେଷ / ମହଣ ପଞ୍ଚାୟତ ରେ ପାନୀୟ ଜଳ ପ୍ରକଳ୍ପ ର ଶିଳାନ୍ୟାସ

ମହଣ ପଞ୍ଚାୟତ ରେ ପାନୀୟ ଜଳ ପ୍ରକଳ୍ପ ର ଶିଳାନ୍ୟାସ

ସାଲେପୁର, ୧୯/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ସାଲେପୁର ବ୍ଲକ ମହଣ ପଞ୍ଚୟତ ର ବଳଭଦ୍ରପୁର ଠାରେ ଏକ ପାନୀୟ ଜଳପ୍ରକଳ୍ପ ର ଶୁଭଶିଳାନ୍ୟାସ କୋଭିଡି କଟକଣା ମଧ୍ୟରେ ହୋଇଯାଇଛି, ଏଥିରେ ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଆତ୍ମାର ସଭାପତି ଦିଲ୍ଲୀପ ଦାଶ ବିଜେଡିର ବହୁଛାମୁଆ କର୍ମୀ, ବଳଭଦ୍ରପୁର ଗ୍ରାମର ଆବାଳବୃଦ୍ଧ ବନିତା ଯୋଗ ଦେଇଥିଲେ , ଏଥିରେ ବିଧାୟକ ପ୍ରଶାନ୍ତ ବେହେରା ଅଭିଭାଷଣ ରେ କହିଥିଲେ ଯେ ମହଣ ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତ, ବଳଭଦ୍ରପୁର ଗାଁର ଘରକୁ ଘର ଟ୍ୟାପ ଯୋଗେ ପାଣି ଯୋଗେଇଦିଆଯିବ ଏବଂ ଖୁବ ଶିଘ୍ର ବାସୁଦେବପୁର ଗାଁ ରେ ଜଳପ୍ରକଳ୍ପ ସ୍ଥାପନ ପାଇଁ ସ୍ଥାନନିରୂପଣ କରାଯିବ ଏବଂ ମହଣ ପଞ୍ଚାୟତ ର ଆଉଯେଉଁ ସମସ୍ୟା ଅଛି ପଞ୍ଚୟତ ଇଲେକ୍ସନ ପୁର୍ବରୁ ଦୁରକରିବେ ବୋଲି ଅଭିଭାଷଣ ରେ କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.