ସାଲେପୁର ୧୯/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ରବିବାର ସାଲେପୁର ବିଧାୟକପ୍ରଶାନ୍ତ ବେହେରା ଙ୍କ ଦ୍ବାରା କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ପଞ୍ଚାୟତ ବଳଭଦ୍ରପୁର ନିମବଜାର ସ୍ଥିତ ବାସୁଦେବପୁର ସ୍କୁଲପଡିଆ ପାର୍ଶ୍ବରେ ଏକ କଳାକାର ସ୍ମୃତି ସମ୍ଭ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାଚୀନ କଳାକୁ ବଞ୍ଚାଇବା ଓ କଳାକାର ମାନଙ୍କୁ ମନେରଖିବା ପାଇଁ ଗଢାହୋଇଥିବା ସ୍ତମ୍ଭ ବଟଗୋସ୍ବାମୀ ନାଟ୍ୟ ସଂସଦ ଦ୍ବାରା ଆୟୋଜିତହୋଇଥିଲା । ଏହି ଉତ୍ସବରେ ବହୁ କଳାପ୍ରେମୀ, କଳାକାର ଏବଂ ଗ୍ରାମବାସୀମାନେ ଯୋଗଦେଇଥିଲେ।ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା, ସମ୍ମାନିତ ଅତିଥି ଭାବେ ଆତ୍ମାର ସଭାପତି ଦିଲ୍ଲୀପ ଦାଶ ଯୋଗଦେଇଥିଲେ। ଏହି ଲୋକାଭିମୁଖୀ କାର୍ୟ୍ୟକ୍ରମରେ ବଟଗୋସ୍ବାମୀ ନାଟ୍ୟସସଦର ପୂର୍ବତନ ସଭାପତି ତଥା ନାଟ୍ୟନିର୍ଦେଶକ ନିରଞ୍ଜନ ଗାହାଣ ଙ୍କ ସମେତ ସମସ୍ତ କଳାକାର ଏବଂ ସହଯୋଗୀ ବନ୍ଧୁମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ଟିକୁସଫଳ କରିଥିଲେ।ଏଭଳି ସ୍ମୃତି ସ୍ତମ୍ଭ କୁ ଦର୍ଶନ କରିବା ପରେ ବୃଦ୍ଧିଜିବି ମାନେ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର
Check Also
ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର
ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )- ADIP ଓ RVY ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …