କେନ୍ଦ୍ରାପଡ଼ା, ୧୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଓ ଶିଶୁ ବିକ୍ରୀ ଅଭିଯୋଗରେ ମାର୍ଶାଘାଇ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମହାକାଳପଡା ଥାନା ଅନ୍ତର୍ଗତ କିଆରବାଙ୍କ ଗ୍ରାମର କୁଞ୍ଜବିହାରି ଦାସ(୬୦) ବୋଲି ସୂଚନା ମିଳିଛି । ମାର୍ଶାଘାଇ ଥାନା କେଶ ନମ୍ବର – ୧୮୭/୨୦୨୧ରେ ଭାରତୀୟ ପିଙ୍ଗଳ କୋର୍ଡର ୩୭୬(୨)(ଡି)(ଏଲ) ଧାରାରେ ଅଭିଯୁକ୍ତ କୁଞ୍ଜବିହାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରିଣୀ ତଥା ଆଇସିଏଡବ୍ଲୁ ଇନିସପେକ୍ଟର ସସ୍ମିତା ବେହେରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର