Thursday , March 23 2023
Home / ବିଶେଷ / ଭୁବନରେ ନାଇଟ କର୍ଫୁ୍ୟ,ରାତି ୯ ଟାରୁ ବଜାର ଶୁନଶାନ

ଭୁବନରେ ନାଇଟ କର୍ଫୁ୍ୟ,ରାତି ୯ ଟାରୁ ବଜାର ଶୁନଶାନ

ଭୁବନ,୧୮/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସରକାର ୧୦ ଟି ଜିଲ୍ଲାରେ ସାଂଧ୍ୟକାଳୀନ କର୍ଫୁ୍ୟ ଲାଗୁ କରିଥିବା ବେଳେ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲାରେ ରାତି ୯ ଘଟିକା ଠାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଲାଗୁ କରିଛନ୍ତି । ଗତକାଲି ନାଇଟ କଫୁ୍ର୍ୟର ପ୍ରଥମ ରାତ୍ରରେ ୯ ଟା ପୂର୍ବରୁ ଭୁବନ ପୋଲିସ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଛକ ଠାରେ ଚେକିଙ୍ଗ ,ବ୍ଲକିଙ୍ଗ ଆରମ୍ଭ କରିଦେଇଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଛାନିଆରେ ଘରକୁ ପଳାଇ ଯାଇଥିଲେ । ରାତ୍ର ୯ ଘଟିକା ପରଠାରୁ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିଲା ଓ ରାସ୍ତାଘାଟ ସବୁ ଶୁନଶାନ ହୋଇଯାଇଥିଲା । ଭୁବନ ଥାନା ତରଫରୁ ବାଇପାସ ଛକ,କାଳୀବଜାର,ନୂଆବଜାର,ରଗଡି ଛକ ଓ କଲେଜ ଛକ ପ୍ରଭୃତି ସ୍ଥାନରେ ଚେକିଙ୍ଗ ପଏଣ୍ଟ କରାଯାଇଛି । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କ ନେତୃତ୍ୱରେ ଏସଆଇ ସୁକାନ୍ତି କେରକେଟା,ବିକାଶ ବେହେରା,ଏଏସଆଇ ଲକ୍ଷ୍ମୀଧର ରଣା,ପ୍ରଭାତ ନାୟକ ,ଦିନବନ୍ଧୁ ପ୍ରଧାନ,ପ୍ରଭାତ କୁମାର ରାଉତ ପ୍ରମୁଖ ବିଭିନ୍ନ ଚେକିଙ୍ଗ ପଏଣ୍ଟରେ ସଜାଗ ରହି କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.