ତାରପୁର,୧୮/୦୪/୨୦୨୧(ଓଡ଼ିଶା ସମାଚାର)-ବୀଣାପାଣି ସାହିତ୍ୟ ସଂସଦ ଉତରକୂଳ ପକ୍ଷରୁ ମାହାଳ ହାଟ ଛକ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପେଟ ପାଟଣା ପାଇଁ ଧାଇଁଥିବା କର୍ମଜିବୀ ମଣିଷ ମନରୁ ମହାମାରୀ କରୋନା ସଂଙ୍କ୍ରମଣର ଭୟ ଦୂର କରିବା ଲକ୍ଷ ନେଇ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବିନା ମାସ୍କ ରେ ଯାତାୟତ କରୁଥିବା ସାଧାରଣ ଜନତାଙ୍କୁ ମାସ୍କ ବଂଟନ କରାଯିବା ସହ କରୋନାର ୨ୟ ଲହର କିପରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି , ସେ ସମ୍ପର୍କରେ ଅବଗତ କରାଯାଇଥିଲା । ସାମାଜିକ ଦୂରତା, ମାସ୍କ ପରିଧାନ, ବାହାରୁ ଘରକୁ ଆସିଲେ ହାତ ଗୋଡ଼କୁ ଭଲ ଭାବରେ ସାବୁନରେ ଧୋଇବା ଆଦି ସଚେତନତା ହିଁ ମଣିଷକୁ ସଂଙ୍କ୍ରମଣରୁ ରକ୍ଷା କରିପାରିକ । ମାହାଳହାଟ ଫାଣ୍ଡି ଅଧିକାରୀ ଅଚ୍ୟୁତାନନ୍ଦ ସାହୁ ଏପରି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହ ବିନା ମାସ୍କ ଧାରୀଙ୍କୁ ମାସ୍କ ପିନ୍ଧାଇ କାର୍ଯ୍ୟକ୍ରମର ଗୁରୁତ୍ୱକୁ ବହୁଗୁଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କେଦାରନାଥ ସ୍ୱାଇଁ, ପିତାମ୍ବର ପରିଜା, ରାଜକିଶୋର ମହାନ୍ତି , କୈଳାଶ ଚନ୍ଦ୍ର ଦାସ, ଜମ୍ବେଶ୍ୱର ବେଉରା, ଶ୍ରୀନିବାସ ନନ୍ଦ, ଅମିୟ କୁମାର ଦାସ, ବଟକୃଷ୍ଣ ମହାପାତ୍ର, ଅଭୟକୁମାର ବେଉରା, ମହମ୍ମଦ ଓସାମା, ଯୋଗେନ୍ଦ୍ରନାଥ ଦାସ, ଚିତରଂଜନ ରାଉତ, ଲକ୍ଷ୍ମୀନାରାୟଣ ସାହୁ, ଅକ୍ଷୟ କୁମାର ସାହୁ, ସୁରେଶ ଚନ୍ଦ୍ର ହେଉରା, ଦିଲିପ କୁମାର ବେଉରା ପ୍ରମୁଖ ବହୁ ସଦସ୍ୟ ଯୋଗଦାନ କରିଥିବାବେଳେ ଆନନ୍ଦମାର୍ଗ ଯାଗୃତି ବିଦ୍ୟାଳୟ ତରଫରୁ କରୋନା ସଚେତନତା ବର୍ତା ପ୍ରଚାର କରାଯାଇଥିଲା । ଓଡ଼ିଶା ସମାଚାର