Tuesday , March 21 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବିଲହାଟ ବଜାରରେ ଅର୍ଚିଡ଼ ମାର୍ଟ ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ

ବିଲହାଟ ବଜାରରେ ଅର୍ଚିଡ଼ ମାର୍ଟ ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି,୧୮/୦୪/୨୦୨୧(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତ ବିଲହାଟ ବଜାରରେ ନୂତନ ଭାବେ ଖୋଲଯାଇଥିବା ଅର୍ଚିଡ଼ ଫ୍ୟାସିଲିଟି ମ୍ୟାନେଜମେଂଟ ଲିମିଟେଡ଼ ତରଫରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଂଚ ସରୋଜ କୁମାର ବେହେରା, ତେଣ୍ଡାକୁଡ଼ା ପଂଚାୟତ ସରପଂଚ ମଳାୟାବାସିନୀ ମହାନ୍ତି, ସ୍ୱତ୍ୱାଧିକାରୀ ଜମିଲ ଅହମ୍ମଦ, ମଝର ଅଲୀ, ମୁସଲିମ ଆଜାଦ, ବିଲହାଟ ବଜାର କମିଟି ସଭାପତି ସେକ ମନୱର ଅଲୀ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସାଧାରଣ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଟିଭି, ଫ୍ରିଜ, ୱାସିଙ୍ଗ ମେସିନ ଇତ୍ୟାଦି ଇଲେକ୍ଟ୍ରିକାଲ ଉପକରଣ ମିଳୁଥିବାବେଳେ ଲଟେରୀ ଉଠାଣରେ ଯଥାକ୍ରମେ ଚିତ ସେଠୀ, ଅଂଜୁମ ବିବି, ମିସଲିମା ବିବି, ସାଏରା ବିବି, ନଗମା ବିବି, ଇମ୍ବା୍ରନ ଖାଁ, ଚାନ୍ଦ ବାବୁ ପ୍ରମୁଖ ୭ ଜଣ ବିଜେତା ଭାବେ ବିଭିନ୍ନ ସାମଗ୍ରୀ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

 

 

Leave a Reply

Your email address will not be published.