ଭୁବନ ୧୮/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଆ ଜାତିର ସ୍ୱାଭିମାନ,କୋଟି ଓଡିଆ ଙ୍କ ହୃଦସ୍ପନ୍ଦନ,ମହାନ ରାଷ୍ଟ୍ରନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧୋତ୍ସବରେ ଭୁବନ ବ୍ଲକ ବିଜେଡି ତରଫରୁ ବାରୁଆଁ ସ୍ଥିତ ବାଲୁେଙ୍କଶ୍ୱର ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରଥିଲେ । ସାଂସଦ ମହେଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାଶ, ଜିଲ୍ଲା ପରିଷଦ ସଭ୍ୟା ମାଳତୀ ନାୟକ, ମହିଳା ସଭାନେତ୍ରୀ ସଂଧ୍ୟାରାଣୀ ନାୟକ,ସମିତିସଭ୍ୟ ଅମୁଲ୍ୟ ଦ୍ୱିବେଦୀ,ରାକେଶ ଆଏଚ,ସରପଂଚ ତପନ କଅଁର, ଚିତରଂଜନ ମଲ୍ଲିକ,ସନ୍ତୋଷ ଖୁଂଟିଆ, ପ୍ରଭାତ କଅଁର, ,ରତ୍ନାକର ବାରିକ, ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର