କେନ୍ଦ୍ରାପଡ଼ା, ୧୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ମେଡିକାଲଛକସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଧିରେନ ସାହୁ,ରୋସ୍ନôା ସାହୁ, ଗୋପାଳ ମହାପାତ୍ର, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ରଞ୍ଜିତ ସାହୁ, ମହେନ୍ଦ୍ର ମିଶ୍ର, ନଗର ବିଜେଡି ସଭାପତି ଯଯତି କେଶରୀ ମହାନ୍ତି, ଆଲୋକ ସାହୁ, ମଙ୍ଗଳ ବରଣ ସିଂ,ଦୀନେଶରାଜ ସିଂ, ବିଜୟ ମଣ୍ଡଳ, ଦେବଦାସ ମହାନ୍ତି, ସଞ୍ଜୟ କୁମାର ଜେନା, ମାନସ ଦାସ, ଉମେଶ ନାୟକ, ବଳଭଦ୍ର ପଣ୍ଡା, ଦେବାଶିଷ କୁବେର, ଦୁଷ୍ମନ୍ତ ମଳିକ, ବିଜୟ ପତି, ସାହେବ ସାହିଲ ରାଉତ, ମୋହନ ଆଚାର୍ଯ୍ୟ, ସୁରେନ୍ଦ୍ର ବେହେରା, ଦୀନବନ୍ଧୁ ନାୟକ, ନାରାୟଣ ସାହୁ, ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର