କେନ୍ଦ୍ରାପଡ଼ା, ୧୮/୦୪/୨୦୨୧(ଓଡ଼ିଶା ସମାଚାର)- ପୋଲିସ ମହାନିର୍ଦେଶକଙ୍କ ଦ୍ୱାରା ଜାରି ନିର୍ଦେଶନାମା ଅନୁଯାଇ ପଦୋନ୍ନତି ପାଇଥିବା ଢେଙ୍କାନାଳ ଜିଲ୍ଲାର ଇନିସପେକ୍ଟର ସନ୍ଧ୍ୟାରାଣୀ ବେହୁରିଆଙ୍କୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏସଡିପିଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ଡିଏସପି ହେଡକ୍ୱାଟର ଭାବେ ଭଦ୍ରକ ଜିଲ୍ଲାର ଇନିସପେକ୍ଟର ରମେଶ ଚନ୍ଦ୍ର ସିଂ ଓ ଡିଏସପି (ଡି.ଆଇ.ବି.) ଭାବେ କମିଶନରେଟ ପୋଲିସର ଇନିସପେକ୍ଟର ଲକ୍ଷ୍ମୀନାରାୟଣ ତିୱାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ପଦୋନ୍ନତି ପରେ ଯାଜପୁର ଜିଲ୍ଲା ପିସିଆର ସେଲର ଡିଏସପି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର
Check Also
୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …