ତାରପୁର,୧୮/୦୪/୨୦୨୧(ଓଡ଼ିଶା ସମାଚାର)-ବିଭିନ୍ନ ଦୈବି ଦୁର୍ବିପାକ ଓ ଅଭାବି ବିକ୍ରି ପ୍ରତ୍ୟେକ ବର୍ଷ ଚାଷୀକୂଳର ଆର୍ଥିକ ମେରୁଦଣ୍ଡ ଦୋହଲାଇଦେଉଥିବାବେଳେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷୀର ଲାଭ ଜନକ ମୁଗ ଫସଲ ବିଲରେ ଉଜୁଡ଼ି ଯାଇଛି । ଫଳରେ ଚାଷୀକୂ, ସର୍ବସ୍ୱ ହରାଇ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ରଘୁନାଥପୁର କୃଷି ଅଧିକାରିଣୀମାନେ ଚାଷୀଙ୍କ ଦୁଃଖ ବୁଝିବା ପରିବର୍ତେ ନିଦାବିଷ୍ଣୁ ପରି ଅଫିସରେ ବସି ବସି ଘରକୁ ଫେରୁଛନ୍ତି । ସୂଚନାଯୋଗ୍ୟ କି ରଘୁନାଥପୁର କୃଷି ବିଭାଗ ଅଧିନରେ ଥିବା ୧୯ ଗୋଟି ପଂଚାୟତରେ ହଜାର ହଜାର ହେକ୍ଟର ମୁଗ ଚାଷ କରାଯାଇଥିଲା । ସାଧାରଣତଃ ଚାଷୀମାନେ ଧାନ ଅମଳ କରିବା ପରେ ବିଲରେ ମୁଗ ଚାଷ କରିଥାନ୍ତି । ଏଥିରେ ବିଶେଷ କିଛି ଖର୍ଚ ହେଉନଥିଲେ ବି ଧାନ ଚରାଷରେ ହେଉଥିବା କ୍ଷତିର ଭରଣା ଚାଷୀ ମୁଗରେ କରିଥାଏ । ତେବେ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରୀ ରେ ଅନିୟମିତତା ଯୋଗୁ ପ୍ରତି ପଂଚାୟତରେ ଚାଷୀମାନେ ଅଭାବି ବିକ୍ରୀର ସମ୍ମୁଖୀନ ହୋଇଛନ୍ତି । ତେବେ ଚଳିତ ବର୍ଷ ଠିକ ସମୟରେ ବର୍ଷା ନହେବାରୁ ବିଲରେ ମୁଗ ଯାହା ଫଳିବା କଥା ତାହା ହୋଇନାହିଁ । ଏପରିକି ଅନେକ ଜମିରେ ଚାଷୀ ବିହନ ଫେରିପାଇବା କଷ୍ଟକର ହେଉଥିବାରୁ ବିଲକୁ ମୁଗ ଆଣିବାକୁ ନଯାଇ ଗୋରୁଗାଈ ଚରାଇ ଦେଉଛନ୍ତି । ଏତେସବୁ ଭିତରେ ଦାୟିତ୍ୱରେ ଥିବା ରଘୁନାଥପୁର କୃଷି ବିଭାଗର ଅଧିକାରୀ ଚାଷୀମାନଙ୍କ କୌଣସି ଖବର ବୁଝୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅସୁବିଧା ସମୟରେ ଚାଷୀମାନଙ୍କ ସମସ୍ୟା ନବୁଝି କେବଳ ଅଫିସ ରେ ବସି ବସି ଘରକୁ ଫେରୁଥିବା ସେମାନେ ଅଭିଯୋଗ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରାଯିବା ସହିତ ରଘୁନାଥପୁର ବ୍ଲକ୍ ର ୧୯ ଗୋଟି ପଂଚାୟତର ଚାଷୀମାନଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ପାଇଁ ଜଗତସିଂହପୁର ଜିଲାପାଳ କୃଷି ବିଭାଗକୁ ନିର୍ଦ୍ଧେଶ ଦେବାକୁ ଜିଲା କୃଷକ ସଂଗଠନର ସାଧାରଣ ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ଉପଦେଷ୍ଟା ଦିଲିପ କୁମାର ରଥ, ପାର୍ଥସଖା ପାଳଟା ସିଂ, ବିନୋଦ ବିହାରୀ ମହାନ୍ତି , ସମାଜସେବୀ ବଟକୃଷ୍ଟ ନାୟକ ପ୍ରମୁଖ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର
Home / କୃଷି / ଉଜୁଡ଼ି ଗଲା ଚାଷୀର ଲାଭଜନକ ମୁଗ ଫସଲ , କୃଷି ବିଭାଗ ନିଦା ବିଷ୍ଣୁ , ସହାୟତା ପାଇଁ ଜିଲା କୃଷକ ସଂଗଠନର ଦାବି