ତାରପୁର, ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁରରେ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧଡ଼ ଉତ୍ସବ ପାଳିତ ହୋଇ ଯାଇଛି । ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଗୋପବନ୍ଧୁ ଓ ପରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଉପସ୍ଥିତ ଥିବା ଲୋକମାନଙ୍କୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ ବିଷୟରେ ଅବଗତ କରାଇଥିଲେ । ତତସେଙ୍ଗ ସେଙ୍ଗ ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନକୁ ମଜଭୂତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ସରୋଜକାନ୍ତ ସ୍ୱାଇଁ, ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ବିଜେଡ଼ି ପର୍ଯ୍ୟବେକ୍ଷକ ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ତାରପୁର ସମସିତି ସଭ୍ୟ ସରୋଜ କୁମାର ଦାଶ, ସରପଂଚ ସୂର୍ଯ୍ୟନାରାୟଣ ନାୟକ, ସରପଂଚ ଡ଼ମ୍ବରୁଧର ବେହେରା, ସରପଂଚ ସରୋଜ ଦାସ, ଅନୀଲ ମହାନ୍ତିଳ ମହମ୍ଦ ଇଲିଆସ ଖାଁ, ଚୌଧୁରୀ ଇନ୍ଦୁଭୁଷଣ ଲେଙ୍କା,ସରପଂଚ ପ୍ରମୋଦ କୁମାର ଜେନା, ରୁବି ମହାନ୍ତି , ରବିନ୍ଦ୍ର ବିଶ୍ୱା, ଶିବରାମ ସାହୁ, ଇଂ ବାବାଜୀ ଚରଣ ଜେନା, ଦିଲିପ କୁମାର ରଥ, ପାର୍ଥସଖା ପାଲଟାସିଂ, ପୂର୍ବତନ ସମିତି ସଭ୍ୟ ମନୋରଂଜନ ରାୟ, ପରମାନନ୍ଦ ସ୍ୱାଇଁ, ମନ ସ୍ୱାଇଁ, ବାରିକ ନୀରଂଜନ ଅର୍ପଣ, ସଂଜୟ ମଲିକ, ସରପଂଚ ବିଜୟ କୁମାର ସ୍ୱାଇଁ, ଶେେଦେବ ସେଠୀ, ଯୋସେଫ ସ୍ୱାଇଁ, ଯୁଗଳ କିଶୋର ମଲିକ, ବିନୋଦ କୁମାର ମଲିକ, ମନୋରଂଜନ ରଣା, ସଂଜୟ ବିଶ୍ୱାଳ,ଶାନ୍ତିଲତା ଦ୍ୱିବେଦୀ, କୃଷ୍ଣପ୍ରିୟା ବିଶ୍ୱାଳ,ରାଜେନ୍ଦ୍ର ନାୟକ, କବିତା ନାୟକ, ସୁଧାକର ବିଶ୍ୱା, ପ୍ରଭୁଦତ ମହାନ୍ତି , ଅମୂଲ ବେହେରାଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥ୍ିତ ଥିଲେ । ଅତିଥି ମାନଙ୍କଦ୍ୱାରା ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଂଟନ କରାଯ୍ଧବଥିଲା । ସେହିପରି ଏହି ବ୍ଲକ୍ ଅନ୍ତର୍ଗତ ରେଢ଼ୁଆ ପଂଚାୟତସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ସ୍ଥାନୀୟ ବିଜେଡ଼ି କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ୨୪ ତମ ଶା୍ରଦ୍ଧୋତ୍ସବ ପାଳନ କରିଥିଲେ । ଓଡ଼ିଶା ସମାଚାର