Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ /   ଭୁବନ ସିଏଚସି ରେ କରୋନା ଟୀକା ଅଭାବ –    ବିନା ଟୀକାରେ ଚାଲିଛି ଟୀକା ଉତ୍ସବ

  ଭୁବନ ସିଏଚସି ରେ କରୋନା ଟୀକା ଅଭାବ –    ବିନା ଟୀକାରେ ଚାଲିଛି ଟୀକା ଉତ୍ସବ

ଭୁବନ ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାରୁ ବର୍ତିବା ପାଇଁ ସରକାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଟୀକା ଦେବାର ବ୍ୟବସ୍ଥା କରି ଟୀକା ନେବାପାଇଁ ବ୍ୟାପକ ସଚେତନତା କରାଯାଉଛି । ତେବେ ଗତ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମୁଦାୟ ୪୩୦୦ ଲୋକ କରୋନା ଟୀକା ନେଇଥିବା ବେଳେ ଦୈନିକ ଶତାଧିକ ଲୋକ ଟୀକା ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି ଓ ସରକାରଙ୍କୁ ଦୋଷାରୋପ କରି ଗାଳିଗୁଲଜ ମଧ୍ୟ କରୁଛନ୍ତି । ଆଉ ବିନା ଟୀକାରେ ଟୀକା ଉତ୍ସବ ଫାର୍ସ ଚାଲିଛି ବୋଲି କହୁଛନ୍ତି । ମୁଖ୍ୟ କଥା ହେଉଛି ଯେଉଁମାନେ ପ୍ରଥମ ଡୋଜ ଟୀକା ନେଇଛନ୍ତି ପୁନଶ୍ଚ ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟୀକା ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି ।  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକତ୍ସାଧିକାରୀ ଡା.ରମେଶ କୁମାର ସାହୁ ନିୟମିତ ଡୁ୍ୟଟି କରୁନଥିବା ସହିତ କିଛି ଦାୟିତ୍ୱ ବୁଝୁନଥରବା ଅଭିଯୋଗ କରି ଲୋକେ ପ୍ରବଳ ହୋହାଲ୍ଲା କରିଥିଲେ । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡା.ସୁଜାତାରାଣୀ ମିଶ୍ର ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ଜିଲ୍ଲା ହେଡକ୍ୱାଟରରେ ପର୍ଯ୍ୟାପ୍ତ ଟୀକା ନାହିଁ ,ଟୀକା ଆସିଲେ ଅଗ୍ରାଧିକାର ଭିତିରେ ଭୁବନ କୁ ସର୍ବପ୍ରଥମେ ଦିଆଯିବ ବୋଲି କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.