ଗରଦପୁର ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୪ତମ ତିରୋଧାନ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସରପଂଚ ସୂର୍ଯ୍ୟମଣି ସେଠୀ ଅଧ୍ୟକ୍ଷତା କରିଥିବାବେଳେ ସମାନୀତ ଅତିଥି ରୂପେ ଗରଦପୁର ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ ଯୋଗଦେଇ ବିଜୁ ବାବୁଙ୍କ ବହୁମଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଉତ୍ସବରେ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା , ଜିଲାପରିଷଦ ସଦସ୍ୟା ସୁଜାତା ରୀାଉତରାୟ , ସରପଂଚ ଗୋକୁଳାନନ୍ଦ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସଶାଙ୍କ ପରିଡ଼ା, ସରପଂଚ ପ୍ରତିନିଧଡ଼ô ଅମିୟ ରାୟ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଜୁ ବାବୁଙ୍କ ଅମ୍ଲାନ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଅବ୍ଦୁଲ ରସୀଦ ଖାଁ, ଏସକେ ମୁନୁ, କେବି ରାଖାଲ , ଜ୍ଞାନେନ୍ଦ୍ର ଖୁଂଟିଆ, ହେମନ୍ତ ସେଠୀ, ପବିତ୍ର ପାଣି, ରବିନ୍ଦ୍ରନାଥ ବାରିକ, ସୁବାସ ଖୁଂଟିଆ, ପ୍ରଫୁଲ ବେହେରା, ପ୍ରଦୀପ ବେହେରା, ରଂଜନ ନନ୍ଦି, , ପ୍ରତାପ ରାୟ, ଉମାକାନ୍ତ ସେଠୀ,ମାନସ ମହାନ୍ତି , ଦେବକାନ୍ତ ନାୟକ,ଚନ୍ଦ୍ରଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗୀଙ୍କ ଉପସ୍ଥିତିରେ ରୋଗୀମାନଙ୍କୁ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର